ରାୟଗଡ଼ାରେ ଆଦିତ୍ୟ ବିର୍ଲା ଗ୍ରୁପ୍ ର ୨ ପ୍ରକଳ୍ପ

ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେଉଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇ ପ୍ରକଳ୍ପରେ ୮୦୦୦ କୋଟି ଟଙ୍କା ନିବେଶ ହେବ। ହିଣ୍ଡାଲ୍କୋ ପକ୍ଷରୁ ରାୟଗଡ଼ାର କଂସାରିଗୁଡ଼ାରେ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ସ୍ଥାପନ କରାଯିବ। ସେହିପରି, ଫୁଲୁଜୁବା ଗ୍ରାମରେ ଉତ୍କଳ ଆଲୁମିନା ସୋସିଆଲ ୱେଲଫେୟାର ଫାଉଣ୍ଡେସନ ଏକ ପୋଷାକ କାରଖାନା ବସାଇବ ଯେଉଁଥିରେ ବର୍ଷକୁ ୩୬ ଲକ୍ଷ ସାର୍ଟ ତିଆରି ହେବ। ଏହି ଦୁଇ ପ୍ରକଳ୍ପ ଦ୍ବାରା ୭୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ପୋଷାକ କାରଖାନାରେ ୩୦୦୦ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ। ଏହି କାର୍ଯ୍ୟକ୍ରମରେ ର୍ଭଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରକଳ୍ପ ରାଜ୍ୟର ଶିଳ୍ପ ଦୃଶ୍ୟପଟ୍ଟରେ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଏହା କେବଳ ଏକ ଶିଳ୍ପ ମାଇଲଖୁଣ୍ଟ ନୁହେଁ, ରାଜ୍ୟର ପ୍ରାକୃତିକ ସମ୍ବଳରେ ଅନ୍ତର୍ନିହିତ ଥିବା ସୁଯୋଗର ପ୍ରମାଣ। ଏହି ଦୁଇ ପ୍ରକଳ୍ପ ଦ୍ବାରା ରାୟଗଡ଼ା ଆହୁରି ସମୃଦ୍ଧ ହେବା ସହ ଭାରତର ଶିଳ୍ପ ମାନଚିତ୍ରରେ ଏକ ଉଜ୍ଜ୍ବଳ ସ୍ଥଳ ଭାବ ଉଭା ହେବ ବୋଲି ସେ କହିଛନ୍ତି। ଶିଳ୍ପ ଲାଗି ରାୟଗଡ଼ାକୁ ଚୟନ କରିଥିବାରୁ ସେ ଆଦିତ୍ୟ ବିର୍ଲା ଗ୍ରୁପ୍କୁ ଏବଂ ପ୍ରକଳ୍ପକୁ ସମର୍ଥନ କରିଥିବାରୁ ରାୟଗଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଏସ୍ସି ଓ ଏସ୍ଟି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ହିଣ୍ଡାଲ୍କୋର ଏମ୍ଡି ସତୀଶ ପାଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଡ଼ିହୋଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!