ପ୍ରଳୟଙ୍କରୀ ଭୂକମ୍ପରେ ଛାରଖାର ଜାପାନ । ମୃତ୍ଯୁ ସଂଖ୍ଯା ହେଲାଣି ୩୦ । ଅନେକ ବ୍ଯକ୍ତି ନିଖୋଜ ହୋଇଥିବା ସୂଚନା ମିଳିଛି । ଗତକାଲି ଇଶିକାଓ୍ବାରାରେ 7.5 ତୀବ୍ରତାର ଭୂକମ୍ପନ ଅନୁଭୂତ ହେବା ପରେ ଜାପାନ ସମେତ 4ଟି ଦେଶରେ ଖେଳିଥିଲା ଆତଙ୍କ । ହୋନସୁରେ ଏକ ମିଟର ଉଚ୍ଚତା ଓ ଓ୍ବାଜିମାରେ ଦେଢ ମିଟର ଉଚ୍ଚତାର ଜୁଆର ଆସିବା ପରେ ଅନେକ କିଛି ହୋଇଛି କ୍ଷୟକ୍ଷତି । ଏକ ବନ୍ଦରରେ ନିଆଁ ଲାଗିଯାଇଥିବା ଜଣାଯାଇଛି । ଜରୁରୀକାଳୀନ ବୈଠକରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଅନେକ ବୃହତ କୋଠା ଟଳିପଡିଥିବାବେଳେ ହଜାର ହଜାର ଘରେ ଫାଟ ସୃଷ୍ଟି ହୋଇଛି । 45 ହଜାରରୁ ଅଧିକ ଲୋକ ବିଦ୍ଯୁତରୁ ବଞ୍ଚିତ ହୋଇଛନ୍ତି । ସେପଟେ ଜାପାନ ଜାରି କରିଥିବା ସୁନାମୀ ଆଲର୍ଟକୁ ହଟାଇନିଆଯାଇଛି
Related Posts
SCO ଘୋଷଣାପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଦେଲେ ରାଜନାଥ ସିଂହ, ଜାଣନ୍ତୁ କାରଣ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଚୀନ୍ ପହଞ୍ଚିଛନ୍ତି। ସେ SCO…
ଚନ୍ଦ୍ର ଚାରିପଟେ ଗବେଷଣା ପରେ ପ୍ରଶାନ୍ତ ମହାସାଗରରେ ଅବତରଣ କଲା ଆର୍ଟେମିସ୍ -୨
ନାସାର ଆର୍ଟେମିସ୍-୨ ମିସନ ଶନିବାର, ଏପ୍ରିଲ୍ ୧୧ ତାରିଖରେ ପୃଥିବୀକୁ ସଫଳତାର ସହ ଫେରିଆସିଛି। ମହାକାଶଚାରୀମାନଙ୍କୁ ନେଇ ଯାଉଥିବା ଓରିଅନ୍…
ସବୁ ସମ୍ପତ୍ତି ଦାନ କରିବେ ବିଲ୍ ଗେଟ୍ସ
ଗେଟ୍ସ ଫାଉଣ୍ଡେସନ ଜରିଆରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ତାଙ୍କର ସମସ୍ତ ସମ୍ପତ୍ତିକୁ ଦାନ କରିବେ ବୋଲି ପ୍ରକାଶ କରିଛନ୍ତି…

