ଆଗାମୀ ୩ ଦିନ ପର୍ଯ୍ୟନ୍ତ ଘନକୁହୁଡି

ସକ୍ରିୟ ରହିଛି ଗୁରୁଚାପ ବଳୟ , ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ରହିଛି ସକ୍ରିୟ । ଏହାର  ପ୍ରଭାବରେ ଉପକୁଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୋହଲା ପାଗ ଲାଗି ରହିଛି । କିଛି ଜିଲ୍ଲାରେ ଘନ କୁହୁଡ଼ି ପଡୁଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆଜି ଭୋର ରୁ ବଲାଙ୍ଗୀର, ନୟାଗଡ଼, କଟକ ସମେତ ୫ଟି ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହୋଇଥିଲା । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜାମଡ଼ାରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝର ଯୋଡ଼ାରେ ୨୭ ଦଶମିକ ୨ ମିଲିମିଟର ବର୍ଷା ହୋଇଛି । ଆସନ୍ତା ୭ ଦିନ ଯାଏ ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ବାବନା ନାହିଁ  । ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!