ପାକିସ୍ତାନରେ ହାଇ ଆଲର୍ଟ

ପାକିସ୍ତାନରେ ହାଇ ଆଲର୍ଟ। ଇରାନ ଉପରେ ପାକ ସେନାର କିଲର ଡ୍ରୋନ ଓ ରକେଟ୍ ହମଲା ପରେ ଆଲର୍ଟ ମୋଡରେ ରହିଛି ପାକିସ୍ତାନ ସେନା। ଇରାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହିଛି । ଏହି ଆକ୍ରମଣରେ ୯ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାର ଦୁଇ ଦିନ ପୁର୍ବରୁ ଇରାନ ପାକିସ୍ତାନର ସିସ୍ତାନ-ବଲୁଚିସ୍ଥାନ ଉପରେ ଆକ୍ରମଣ କରିଥିଲା । ଏଥିରେ ପାକିସ୍ତାନର ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

ଉଭୟ ଦେଶ ମଧ୍ୟରେ କେତେବେଳେ ବି ଯୁଦ୍ଧ ଆରମ୍ଭ ହୋଇଯାଇପାରେ । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ପାଲେଷ୍ଟାଇନକୁ ପଛରୁ ସମର୍ଥନ କରୁଛି ଇରାନ । ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କହି ପାକିସ୍ତାନ ଉପରେ ହମଲା କରିଥିଲା ଇରାନ ।

ତେବେ ପାକିସ୍ତାନ ଉପରେ ହମଲା କରିଥିବା ଇରାନ କାହିଁକି ହୁଥି ଆତଙ୍କୀଙ୍କୁ ପ୍ରଶୟ ଦେଉଛି ବୋଲି କହିଛି ଆମେରିକା। ଯୁଦ୍ଧ ପରିସ୍ଥିତିକୁ ନେଇ ଉଭୟ ଇରାନ ଏବଂ ପାକିସ୍ତାନକୁ ଶାନ୍ତି ବଜାୟ ରଖିବାକୁ ଆହ୍ବାନ କରିଛି ଜାତିସଂଘ ଏବଂ ଆମେରିକା। ହ୍ବାଇଟ ହାଉସ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ କିର୍ବି ପାକିସ୍ତାନ ଓ ଇରାନ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ।

ଉଭୟ ଦେଶ ଚୀନ ସହ ଭଲ ସମ୍ପର୍କ ଥିବାରୁ ମଧ୍ୟସ୍ଥି କରିବାକୁ ଆଗ୍ରହ ପ୍ରକାଶ କରିଛି । ସେପଟେ ଭାରତ ଏହି ପ୍ରସଙ୍ଗକୁ ନେଇ ସମଦୂରତା ବଜାୟ ରଖିଛି । ପାକିସ୍ତାନ ଓ ଇରାନର ଏହା ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବ ନାହିଁ କହିଛି ଭାରତ। ଆସନ୍ତା ଫେବ୍ରୁଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ପୂର୍ବରୁ ଇରାନ ଉପରେ ଆକ୍ରମଣ କରିଛି ପାକିସ୍ତାନ  ।

 

 

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!