ଆନନ୍ଦ ଦେବ ଆନନ୍ଦ ବନ

ଶଙ୍କରପୁର ମୌଜାର କଳିଙ୍ଗନଗର କେ-୭ ଅଞ୍ଚଳରେ ଥିବା ଆନନ୍ଦବନକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ଏହାପରଠାରୁ ଏହି ଜଙ୍ଗଲର ମଜା ରାଜଧାନୀବାସୀ ଉଠାଇ ପାରିବେ। ଏହି ଜଙ୍ଗରେ ବିଭିନ୍ନ ଜଙ୍ଗଲୀ ବୃକ୍ଷ ସହ ଔଷଧୀୟ ବୃକ୍ଷ ଓ ଫୁଲଗଛର ସମ୍ଭାର ଦେଖିବାକୁ ମିଳିବ। ଲୋକଙ୍କୁ ଏଠାରେ ମର୍ଣ୍ଣିଂ ୱାକ୍‌‌ ସାଙ୍ଗକୁ ସୂର୍ଯ୍ୟାସ୍ତର ମଜା ମଧ୍ୟ ମିଳିବ। ଫୁଟ୍‌‌ ଓଭରବ୍ରିଜ ଉପରେ ଜଙ୍ଗଲ ଭିୟୁ, ରିଲ୍ସ, ଫଟୋ ଶୁଟ୍‌‌ର ସୁବିଧା ମିଳିବ। ଆନନ୍ଦବନରେ ରଙ୍ଗଭୂମି, ଜଳାଶୟ, ଗଜିବୋ, କାଠ ପୋଲ, ଶୌଚାଳୟ, ଖୁସିର ଆଧାର, ବର୍ଷା ଆଶ୍ରୟସ୍ଥଳ, କଙ୍କର ପଥ, ବାଖ୍ୟାନକେନ୍ଦ୍ର, ମିୟାୱାକି ଚାରାରୋପଣ, ସୁଗନ୍ଧଭରା ପଥ, ହିଲ୍‌‌ ପ୍ଳେ ମଣ୍ଡପ, ଯୋଗମଣ୍ଡପ, ଫୁଡ୍‌‌ଜୋନ, ମାଟି ପଥ, ସାଇକଲ୍‌‌ ଟ୍ରାକ୍‌‌ ରହିଛି। ଜଳାଶୟ ଓ ପୁଷ୍କରିଣୀ ହଂସ ଖେଳୁଥିବା ଦୃଶ୍ୟ ମଧ୍ୟ ରହିଛି। ଏହା ସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ ୯୦ ଏକର ଜଙ୍ଗଲକୁ ଦୁଇଭାଗରେ ବିଭକ୍ତ କରାଯାଇଛି। ରାସ୍ତାର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ଅନ୍ୟ ପାର୍ଶ୍ବରେ ୩୦ ଏକର ଜଙ୍ଗଲ ଅବସ୍ଥିତ। ଉଭୟ ପାର୍ଶ୍ବକୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ୍‌‌। ଆନନ୍ଦବନରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହାସହ ଜଙ୍ଗଲରେ ମିଳିବ କୋରାପୁଟ କଫି ମହକ, ମିଶନଶକ୍ତି କାଫେ, ମିଲେଟଶକ୍ତି କାଫେ, ଓଟିଡିସି ଓ ଓର୍‌‌ମାସର ଫୁଡ୍‌‌ ଷ୍ଟଲ। ଆନନ୍ଦବନ ଭିତରକୁ ପ୍ରବେଶ କରିବାକୁ ୫ଟି ଗେଟ୍‌‌ ରହିଛି। ଉଭୟ ଦୁଇଚକିଆ ଓ ଚାରି ଚକିଆ ପାଇଁ ପର୍ଯ୍ୟାପ୍ତ ପରିମାଣର ପାର୍କିଂସ୍ଥଳ ରହିଛି। ଜଙ୍ଗଲର ସୁରକ୍ଷା ଲାଗି ବ୍ୟାପକ ପରିମାଣର ସିସିଟିଭି ଲାଗିବା ସହିତ ସୁରକ୍ଷାକର୍ମୀ ନିୟୋଜିତ ହେବ। ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଖୋଲା ରହିବ। ଆନନ୍ଦବନର ଟିକଟ୍‌‌ ମୂଲ୍ୟ ୫ ଟଙ୍କା ରହିଛି। ଜଙ୍ଗଲ ବୁଲିବା ପରେ ଅନୁଭୂତି କ’ଣ ରହିଲା ଲାଗିଥିବା କିଓସ୍କୋର ଫିଡ୍‌‌ବ୍ୟାକ ଦେଇପାରିବେ ବୋଲି ସିଟି ଡିଏଫ୍‌‌ଓ ଅଜିତ ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୧-୧୨ ମସିହାରେ ଏଠାରେ ବୃକ୍ଷ ରୋପଣ ଆରମ୍ଭ କରାଯାଇଥିଲା। ନଗର ବନଖଣ୍ଡ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଏମ୍‌‌ସିର ମିଳିତ ସହଯୋଗରେ ଆନନ୍ଦବନର ଉନ୍ନତିକରଣ କାର୍ଯ୍ୟ ହୋଇଛି।

ବିଡିଏ ଦ୍ୱାରା ନିର୍ମାଣ ହୋଇଥିବା ସୁବୁଦ୍ଧିପୁରସ୍ଥିତି ୧୪ ମହଲା ବିଶିଷ୍ଟ ହାଉସିଂ ପ୍ରକଳ୍ପ ‘ଏକାମ୍ର ରେସିଡେନ୍ସି’ର ମଧ୍ୟ ସୋମବାର ଲୋକାର୍ପଣ କରାଯିବ। ଏଥିରେ ମୋଟ ୭୦୪ଟି ଘର ରହିଛି। ଯେଉଁଥିରେ ୪୧୬ଟି ଘର ୨-ବିଏଚ୍‌‌କେ ହୋଇଥିଲା ବେଳେ ୨୮୮ଟି ଗୃହ ୩-ବିଏଚ୍‌‌କେ ବିଶିଷ୍ଟ ଅଟେ। ଏହାକୁ ୧୯୯.୬୪ କୋଟି ଟଙ୍କାରେ ବ୍ୟୟରେ ନିର୍ମାଣ କରାଯାଇଥିଲା। ଉକ୍ତ ପ୍ରକଳ୍ପରେ ଜିମ୍‌‌, କ୍ଲବ୍‌‌ ହାଉସ୍‌‌ ଏବଂ ରୁପ୍‌‌ଟପ୍‌‌ ସୁଇମିଂ ପୁଲ୍‌‌ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ହାଉସିଂ ପ୍ରକଳ୍ପ ଅନନ୍ଦବନ ନିକଟରେ ଅବସ୍ଥିତ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!