ବିଜେପି-ବିଜେଡି ମେଣ୍ଟ! ଫାଇନାଲ ନେଇ ଜଲଦି ଆସିବ ସ୍ପଷ୍ଟ ଚିତ୍ର

ଓଡ଼ିଶାରେ ବିଗତ କିଛି ଦିନ ହେବ ମେଣ୍ଟ ହେବା ନେଇ ଏକ ପ୍ରକାର ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଦେଖାଦେଇଛି ତେବେ ଆଜି କାଲି ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ଆସିଯିବ ବୋଲି ଚର୍ଚ୍ଚା ରହିଛି ଏଭଳି ସ୍ଥିତିରେ  କେତେବେଳେ ଅମିତ ଶାହାଙ୍କ ଘରେ, ତ କେତେ ନବୀନ ନିବାସରେ ନିରନ୍ତର ଅନ୍ତରାଳରେ ରୁଦ୍ଧଦ୍ୱାର ବୈଠକ ହେଉଛି ମେଣ୍ଟ ହେବ ନହେବ, ଆଜି ହେବ, କେବେ ହେବ ଏନେଇ ଗୁଜବ, ସତ୍ୟାସତ୍ୟ ତାହା ଉପରେ ଅନେକ ପ୍ରଶ୍ନ ଉଠିଛି ତେବେ ଓଡ଼ିଶା ରାଜନୀତିର ଏଭଳି ଏକ ଗୋଳମାଳିଆ ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି। ମେଣ୍ଟ ହେବ କି ନାହିଁ ଏହା ଉପରେ ଏବେ ସମସ୍ତଙ୍କର ନଜର। ତେବେ କୁହାଯାଉଛି, ଆସନ ବୁଝାମଣା ସରିଛି ? ଆଜି କାଲି ଭିତରେ ଘୋଷଣା ବାକି ରହିଛି।

ସେହିପରି ମେଣ୍ଟ ଚର୍ଚ୍ଚା ଫାଇନାଲ ନେଇ ଅମିତ ଶାହାଙ୍କ ଘରେ ଜରୁରୀ ମିଟିଂ ଚାଲିଥିବା ବେଳେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିଛନ୍ତି ଅନ୍ୟପଟେ ଆସନ୍ତା କାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ତେବେମେଣ୍ଟ କାହିଁକି ହେଉଛି ସେ ନେଇ ସ୍ପଷ୍ଟ କାରଣ ରହିନଥିବା ବେଳେ ମେଣ୍ଟ ଘୋଷଣାରେ ବିଳମ୍ବ ବିଧାନସଭା ଆସନ କ୍ଷେତ୍ରରେ ଅଙ୍କ ଛିଡୁନି। ସୋସିଆଲ ମିଡିଆ ଓ ବିଭିନ୍ନ ରାଜନୈତିକ ପଣ୍ଡିତ ମାନେ ଆସନ ଭାଗ ବଣ୍ଟା ନେଇ ଦୁଇଟି ଅଙ୍କ ବିଷୟରେ ଆଲୋଚନା କରୁଛନ୍ତି। ଗୋଟିଏ ହେଲା ୧୦୫୪୨ ଆଉ ଏକ ହେଲା ୯୮୪୯। ଏହି ଫିଗର ଉପରେ ରାଜଧାନୀ ଦିଲ୍ଲୀରେ ବିଜେପି ଶିବିରରେ ଓଡ଼ିଶା ମେଣ୍ଟକୁ ନେଇ କସରତ ଚାଲିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା ଓ ଖୋଦ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଚାଲିଥିବା ଖବର ଉପରେ ନଜର ରଖିଛନ୍ତି। ଅନ୍ୟପଟେ ରାଜ୍ୟର ଶାସକ ଦଳ ବିଜେଡିର ଅସମ୍ଭବ ନିରବତାକୁ ନେଇ ଏହି ନୂଆ ମେଣ୍ଟ ଚର୍ଚ୍ଚାରେ ଟ୍ବିଷ୍ଟ ଆଣୁଛି। କୁହାଯାଉଛି ମେଣ୍ଟକୁ ନେଇ ବିଜେଡି ପକ୍ଷରୁ ଗ୍ରୀନ ସିଗନାଲ ଦିଆ ସରିଛି। ଏବେ ସବୁ ବିଜେପି ଉପରେ ନିର୍ଭର କରୁଛି। ଅର୍ଥାତ ମେଣ୍ଟର ଭାଗ୍ୟ ଏବେ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଝୁଲୁଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ମେଣ୍ଟ ରାସ୍ତାରେ ରାଜ୍ୟ ବିଜେପି ମୁଣ୍ଡିଆଳ ମାନେ ଅରାଜି ରହିଛନ୍ତି ରାଜ୍ୟ ବିଜେପି ନେତାମାନେ ବିଜେଡି ସହ ଭାଜପା ମେଣ୍ଟକୁ ନାପସନ୍ଦ କରୁଛନ୍ତି। ତେବେ ଏପରିସ୍ଥିତିରେ ରାଜ୍ୟରେ ମେଣ୍ଟ ଓ ଆଗାମୀ ରାଜନୀତିକୁ ନେଇ ମାହୋଲ ଏବେ ସରଗରମ ରହିଛି

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!