ଆଜି ଭୋଟ ଗଣତି ଚାଲିଥିବା ବେଳେ ପ୍ରକାଶ ପାଇନି ଫଳାଫଳ। ତେବେ ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ସମସ୍ତଙ୍କୁ ଚକିତ କରିଛି। ଗତ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ରାଜ କରୁଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେଉଛି ବିଜେଡି।
ଏଥର ଟିକେଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ବହୁ ଓଲିଉଡ ଷ୍ଟାର ପଦ୍ମ ଧରିଥିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣ ମଇଦାନକୁ ଓହ୍ଲାଇଥିବା ବେଳେ ଆସନ୍ତୁ ଜାଣିବା ସେମାନଙ୍କ ସ୍ଥିତି କ’ଣ ଅଛି।
ଓଲିଉଡର ଚକଲେଟ ବୟ ଆକାଶ ଦାସ ନାୟକ ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ସନ୍ଧ୍ୟା ରାଣୀ ଦାସ କଡ଼ା ଟକ୍କର ଦେଉଥିବା ବେଳେ ଆକାଶ କିନ୍ତୁ ଆଗରେ ଅଛନ୍ତି। ସନ୍ଧ୍ୟା ରାଣୀ ଦାସ ହେଉଛନ୍ତି ବିଜେଡିର ପାୱାରଫୁଲ୍ ନେତା ବବି ଦାସଙ୍କ ମା’ ।
ବବି ଦାସ ଏଥର ସମ୍ବଲପୁର ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବବି। ସେହିପରି ତାଙ୍କ ମା’ ବି ପଛରେ ପଡ଼ି ଯାଇଛନ୍ତି।

