ବିରୋଧୀ ଦଳ ନେତାଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ

ଧାନ କିଣା ଦୁର୍ନୀତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ। ନବୀନ ନିବାସକୁ ଯାଇ ସଂଗଠନ ପକ୍ଷରୁ ଏକ ସ୍ମାରକ ପତ୍ର ବି ଦିଆଯାଇଛି। ଧାନ କିଣାରେ ବ୍ୟାପକ କଟନୀ ଛଟନୀ ହେଉଥିବାର ଅଭିଯୋଗ କରି ନବନିର୍ମାଣ କୃଷକ ସଂଗଠନ ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତିରେ ଜିଲ୍ଲା ସ୍ତରରେ ବିକ୍ଷୋଭ କରିଛି।

ସଂଗଠନ ଅଭିଯୋଗ କରିଛି ଜିଲ୍ଲା ପ୍ରଶାସନ ଓ ମିଲରମାନେ ଗରିବ ଚାଷୀଙ୍କ ୫ ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟି ନେଉଛନ୍ତି। ପ୍ରତିବାଦ ସତ୍ତ୍ଵେ ସରକାର କି ପ୍ରଶାସନ ଆଦୌ ଧ୍ୟାନ ଦେଉ ନାହାନ୍ତି। ଏହା ବିରୁଦ୍ଧରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ୧୮ ଦିନ ହେଲା ଅନଶନ କରୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛନ୍ତି ନବନିର୍ମାଣ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ। ବିଧାନସଭାରେ ଚାଷୀଙ୍କ ଏହି ସମସ୍ୟା ଉଠାଇବାକୁ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିବା କହିଛନ୍ତି ଚାଷୀ ନେତା। ଅକ୍ଷୟ କୁମାରଙ୍କ ଅନଶନ ସ୍ଥଳକୁ ଏକ ପ୍ରତିନିଧି ମଣ୍ଡଳୀ ଯିବେ ବୋଲି ମଧ୍ୟ ନବୀନ ପଟ୍ଟନାୟକ କହିଛନ୍ତି।

Post Views45 Total Count

Apply Now


This will close in 0 seconds

error: Content is protected !!