ଦମ୍ ଦେଖାଉଛି ଘାତକ ଫାଇଟର ଜେଟ୍

ଭାରତୀୟ ସେନାର ଅପରେସନ୍ ଆକ୍ରମଣ। ଗର୍ଜିଲା ରାଫେଲ…ଦମ୍ ଦେଖାଉଛି ଘାତକ ଫାଇଟର ଜେଟ୍ ସୁଖୋଇ ୩୦ । ପହଲଗାମ ଆତଙ୍କୀ ହମଲା ପରେ ଭାରତର ବଡ଼ ପ୍ରତିଶୋଧ ପ୍ରସ୍ତୁତି । ଭାରତ-ପାକିସ୍ତାନ ଟେନସନ ଭିତରେ ଭାରତୀୟ ବାୟୁସେନା ଆରମ୍ଭ କରିଛି ଜୋରଦାର ଯୁଦ୍ଧାଭ୍ୟାସ । ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି IAFର ଟପ୍ ଗନ ପାଇଲଟ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅଲଗା ଅଲଗା ଏୟାର ବେସରେ ନିୟୋଜିତ, ବାୟୁସେନାର ଲଢ଼ୁଆ ବିମାନ ଯୁଦ୍ଧାଭ୍ୟାସରେ ଭାଗ ନେଇଛନ୍ତି । ଯୁଦ୍ଧାଭ୍ୟାସର ନାଁ ଆକ୍ରମଣ ରହିଥିବାବେଳେ ସାମିଲ ହୋଇଛନ୍ତି ରାଫେଲ ଓ ସୁଖୋଇ ଫାଇଟର ଜେଟ୍ ।

 

ହରିୟାଣାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମରା ଏୟାର ଷ୍ଟେସନରୁ ଦୁଇଟି ରାଫେଲ ସ୍କ୍ୱାଡ୍ରେନକୁ ଅପରେଟ୍ କରିଛି IAF । ଡିଫେନ୍ସ ସୂତ୍ରରୁ ସୂଚନା ଅନୁଯାୟୀ, ଗ୍ରାଉଣ୍ଡ ଆଟାକ୍ ଓ ଇଲୋଟ୍ରୋନିକ୍ ୱାରଫାୟାର ଭଳି ଆଡଭାନ୍ସ ମିଶନ ପ୍ରୋଫାଇଲ୍ ଉପରେ ଅଧିକ ଫୋକସ କରାଯାଇଛି । ସେପଟେ ଇଣ୍ଡିଆନ ଏୟାର ଫୋର୍ସର ଏୟାର ବେସରେ ବଢ଼ିଛି ଅପରେସନ ରେଡିନେସ୍ ପ୍ଲାଟଫର୍ମ ସଂଖ୍ୟା ବା ଓଆରପି । ଆଲାର୍ମ ବାଜିବାକ୍ଷଣି ଯୁଦ୍ଧବିମାନ ତୁରନ୍ତ ଉଡାଣ ଭରିବାକୁ ଥିବାରୁ ଏୟାର ବେସରେ ବ୍ୟବସ୍ଥା ହୋଇଛି ଏକାଧିକ ଓଆରପି ।

Post Views15 Total Count

Apply Now


This will close in 0 seconds

error: Content is protected !!