ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍। ନୂଆ ଢ଼ାଞ୍ଚାରେ ନିର୍ମାଣ ହେବ ମେଟ୍ରୋ କରିଡ଼ର। ଏଥିପାଇଁ ସ୍ବତନ୍ତ୍ର ଟେକ୍ନିକାଲ କିମିଟି ଗଠନ ହେବ। ଏହି କମିଟି ଭାରତ ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ତାଙ୍କ ରିପୋର୍ଟ ଅନୁସାରେ ନୂଆ ଡ଼ିପିଆର୍ ପ୍ରସ୍ତୁତି ହେବ। କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହାୟତାରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ ହେବ। କେନ୍ଦ୍ରୀୟ ବୈଷୟିକ ଟିମ୍‌ର ସହାୟତା ନିଆଯିବ। ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା।

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରିସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ବସିଥିଲା ଏହି ବୈଠକ ନିଷ୍ପତ୍ତି ଅନୁଯାଇ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍ ତିଆରି ହୋଇଛି। କେଉଁ ଲାଇନରେ ଟ୍ରାକ୍ ଯିବ କେଉଁ ଜାଗାରେ ପର୍କିଙ୍ଗ ଅଞ୍ଚଳ ହେବ। ଟେକ୍ନିକାଲ କମିଟି ରିପୋର୍ଟ ଦେବ। ସାଧାରଣ ଲୋକଙ୍କ ମତାମତ ନିଆଯିବ।

Post Views3 Total Count

Apply Now


This will close in 0 seconds

error: Content is protected !!