ଗୋଟିଏ ସ୍ଥାନରେ ନବୀନ ଏବଂ ଭକ୍ତ

ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ। ଆଜି ନାମାଙ୍କନ ଭରିଛନ୍ତି  ସଂତୃପ୍ତ ମିଶ୍ର। ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ୩ ସେଟ୍ ର ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ । ନାମାଙ୍କନ ସମୟରେ  ଉଭୟ ବିଜେଡି, କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କୁ ଏହି ସମୟରେ ଏକ ସଙ୍ଗରେ ବସିଥିବା ଦେଖିବାକୁ ମିଳିଥିଲା।

 

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ବିଜେଡିର କିଛି ବିଧାୟକ ମଧ୍ୟ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଥିଲେ। ସେହିପରି ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ଡା. ଦତ୍ତେଶ୍ବର ହୋତା। ମିଳିତ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଡା. ହୋତା।

 

 

Post Views75 Total Count

Apply Now


This will close in 0 seconds

error: Content is protected !!