କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲା ଜିଲା ସରପଞ୍ଚ ସଂଘ । ଆଜି ଜିଲା ସରପଞ୍ଚ ସଂଘ ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ଏସ୍ପି ସିଦ୍ଧାର୍ଥ କଟାରିଆ ଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଘଟଣାରେ ଚାମେଲି ଙ୍କୁ ମାଡ ମାରିଥିବା ପୋଲିସ କର୍ମଚାରୀ ଓ ରାଜନୈତିକ କର୍ମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସଙ୍ଘ ର କର୍ମକର୍ତ୍ତା ।
ଅନ୍ୟ ପକ୍ଷରେ ଘଟଣାର ସିସି କ୍ୟାମେରା ଯାଂଚ ଚାଲିଛି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଅଛନ୍ତି l ଦାବି ପୂରଣ ନହେଲେ ଆଗାମୀଦିନରେ ଆନ୍ଦୋଳନ ଜୋରଦାର୍ ହେବ ବୋଲି ସଂଘ କହିଚି ।

