ମୋହନ କଲେ ବଡ଼ ଘୋଷଣା, ସବୁ ହେଲେ ଆଶ୍ଚର୍ଯ୍ୟ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁଲାଇ ୬ରେ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମାରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଗଠନ ହେବାକୁ ରହିଥିବାବେଳେ ସାଧାରଣ ପ୍ରଶାସନ, ଜଳସମ୍ପଦ, ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ସଦସ୍ୟ ରହିବେ। ଉକ୍ତ କମିଟି ବିଭିନ୍ନ ବିଭାଗରେ ଆଡହକ୍‌ କିମ୍ବା ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ନିୟମିତକରଣ ଲାଗି ସରକାରଙ୍କ ନୀତିଗତ ଢାଞ୍ଚା ଏବଂ ଆଇନଗତ ସ୍ଥିତିକୁ ପରୀକ୍ଷା କରିବ।

ଏହାସହିତ ଉକ୍ତ କମିଟି ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଏବଂ ହୋଇ ନ ଥିବା କେଉଁ ପଦବୀରେ, କେଉଁ ବିଭାଗରେ କେତେସଂଖ୍ୟକ ନିଯୁକ୍ତି ହୋଇଛି ଏବଂ ସେଥିମଧ୍ୟରେ କେତେସଂଖ୍ୟକ କେଉଁବର୍ଗର କର୍ମଚାରୀ ରହିଛନ୍ତି ତାହା ମଧ୍ୟ ଯାଞ୍ଚ କରିବ।

ସେହିପରି ଠିକା ନିଯୁକ୍ତି ବେଳେ ସରକାରଙ୍କ ନିଯୁକ୍ତି ନିୟମ ଠିକ୍‌ ଭାବେ ବିଭାଗଗୁଡ଼ିକ କାର୍ଯ୍ୟକାରୀ କରିଛନ୍ତି କି ନାହିଁ ତାହା ମଧ୍ୟ ପରଖିବ। ଏଥିସହିତ ଗ୍ରୁପ୍‌ ବି’, ସି’ ଓ ଡି’ ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ-୨୦୧୩ ପ୍ରଣୟନ ପୂର୍ବରୁ କରାଯାଇଥିବା ନିଯୁକ୍ତି ମାମଲାଗୁଡ଼ିକର ଯାଞ୍ଚ କରିବ।

ସମସ୍ତ ବିଭାଗର ଠିକା କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଯାଞ୍ଚ ପରେ କେତେସଂଖ୍ୟକ କର୍ମଚାରୀ ସରକାରଙ୍କ ନିୟମରେ ନିୟମିତ ହେବା ପାଇଁ ଆସୁଛନ୍ତି ତାହା ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବରରେ ପୂର୍ବ ସରକାରଙ୍କ ସମୟରେ ଠିକାପ୍ରଥା ସମ୍ପୂୂର୍ଣ୍ଣ ଉଚ୍ଛେଦ ହେଲା ବୋଲି କୁହାଗଲା।

ଏହାକୁ ନେଇ ସେତେବେଳେ ୫୭ ହଜାର କର୍ମଚାରୀଙ୍କୁ ନିୟମିତ କରାଯାଇଥିଲା। ମାତ୍ର ବିଭିନ୍ନ ବିଭାଗର ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଏହି ନିୟମିତ ପ୍ରକ୍ରିୟାରୁ ବଞ୍ଚତ୍ତ ହୋଇଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଦାବି ଆନ୍ଦୋଳନ ହୋଇଆସୁଥିଲା। ପରେ ସରକାରଙ୍କ ଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭିନ୍ନ ସଂଘ ପକ୍ଷରୁ କୁହାଯାଇଛି।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!