୨ଟି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ମାମଲା

ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ଵେ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାଏର ପିଟିସନ୍‌କୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଜନସ୍ୱାର୍ଥ ନାଁରେ ରୁଜୁ ଏଭଳି ମାମଲା ଗ୍ରହଣୀୟ ନୁହେଁ । ଜନସ୍ୱାର୍ଥ ମାମଲାର ଅପବ୍ୟବହାର ପାଇଁ ଅଦାଲତ ଅନୁମତି ପାରିବେନାହିଁ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେବା ସହ ମାମଲାକୁ ଖାରଜ କରିଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପଦକୁ ବିରୋଧ କରି ଆଇନଜୀବୀ ଏଲିନା ଦାଶ ଏହି ମାମଲା ଦାଏର କରିଥିଲେ । ସେ ଦର୍ଶାଇଥିଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ନ ଥିବା ସତ୍ତ୍ଵେ ୨୦୨୪ରେ ନୂତନ ସରକାର ଗଠନ ସମୟରେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ପ୍ରୋଟୋକଲ୍‌ ଦୃଷ୍ଟିରୁ କ୍ୟାବିନେଟ୍‌ ମନ୍ତ୍ରୀଙ୍କଠାରୁ ସେମାନଙ୍କର କୌଣସି ବିଶେଷ କ୍ଷମତା ନାହିଁ । ଏହା ସତ୍ତ୍ଵେ ସେମାନଙ୍କ ସିକ୍ୟୁରିଟି ଓ ଅଫିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ପାଇଁ ରାଜ୍ୟ ରାଜକୋଷରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି । ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ଗତ ଅଗଷ୍ଟ ୨୭ରେ ମାମଲାର ରାୟ ସଂରକ୍ଷିତ ରଖିଥିଲେ ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!