ରୁଷର ଡ୍ରୋନ୍ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ

ୟୁକ୍ରେନର ଦକ୍ଷିଣାଞ୍ଚଳରେ ଯାତ୍ରୀବାହୀ ବସ୍‌ ଓ ରେଳ ଉପରେ ରୁଷର ଡ୍ରୋନ୍ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବସ୍‌ ଉପରେ ହୋଇଥିବା ଆକ୍ରମଣରେ ଅନ୍ୟ ୭ ଜଣ ଆହତ ହୋଇଥିବା ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି।

ଏହା ସହ ମାଇକୋଲେଭ୍‌ ଅଞ୍ଚଳରେ ଏକ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟ ଡ୍ରୋନ୍ ଆକ୍ରମଣର ଶିକାର ହୋଇଛି। ସବୁଠାରୁ ଘାତକ ଆକ୍ରମଣ ନିକୋପୋଲ୍‌ ଜିଲ୍ଲାରେ ହୋଇଥିଲା। ସେଠାରେ ଏକ ଯାତ୍ରୀବାହୀ ମିନିବସ୍‌କୁ ଡ୍ରୋନ୍‌ରେ ଆକ୍ରମଣ କରାଯାଇଥିଲା।

ଏଥିରେ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଡନିପ୍ରୋପେଟ୍ରୋଭସ୍କ ଅଞ୍ଚଳର ଗଭର୍ଣ୍ଣର ଓଲେକ୍ସାଣ୍ଡର ହାଞ୍ଜା ସୂଚନା ଦେଇଛନ୍ତି। ଆହତ ୭ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ନିଆଯାଇଛି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!