ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶ ସମୀର ୱାଙ୍ଖେଡେଙ୍କ ଘରେ ସିବିଆଇ ରେଡ୍ । ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଖାନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁଖ୍ୟ ସମୀର ଓ୍ବାଙ୍ଖଡେଙ୍କ ଘରେ ସିବିଆଇ ଚଢାଉ କରିଛି । କାର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟାନଙ୍କୁ ନ ଫସାଇବା ପାଇଁ ସେ ୨୫ କୋଟି ଲାଞ୍ଚ ନେଇଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି ।ଓ୍ବାଙ୍ଖଡେଙ୍କ ଜଣେ ସହଯୋଗୀ ଏହି ମାମାଲାରେ ୫୦ ଲକ୍ଷ ନେଇଥିବା ଅଭିଯୋଗ ହୋଇଛି ।ସିବିଆଇ ଦିଲ୍ଲୀ, ମୁମ୍ବାଇ, କାନପୁର ଏବଂ ରାଞ୍ଚିରେ ୱାଙ୍ଖେଡେଙ୍କ ଘର ସହ ଅନ୍ୟ ୨୮ ଟି ସ୍ଥାନରେ ରେଡ୍ କରିଛି ।

