ସେପ୍ଟେମ୍ବରରେ ପରଦାରେ ହିଟ୍ କରିବ କିଙ୍ଗଖାନଙ୍କ ଅପକମିଂ ଫିଲ୍ମ ଜଓ୍ବାନ । ସେପ୍ଟେମ୍ବର ୭ରେ ରିଲିଜ ହେବାକୁ ଯାଉଛି ଶାହାରୁଖ ଖାନ ଷ୍ଟାରର ଜଓ୍ବାନ । ଏହି ଆକ୍ସନ ଥ୍ରିଲରରେ ଶାହାରୁଖଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ । ଏହାସହ ବିଜୟ ସେତୁପଥୀ, ନୟନ୍ଥତାରା, ସୁନୀଲ ଗ୍ରୋଭର ନଜର ଆସିବେ । ଏହାସହ ଶାହାରୁଖଙ୍କ ଅପୋଜିଟରେ ଗ୍ଲୋବାର ଷ୍ଟାର ଦୀପିକା ପାଦୁକୋନଙ୍କୁ ଦେଖିବେ ଦର୍ଶ । ମୁଭିଟି ତାମିଲ , ତେଲଗୁ ଓ ହିନ୍ଦୀ ଭାଷାରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସାଉଥ୍ ସିନେମାର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଆଟଲୀ ଦେଇଛନ୍ତି। ସେହିଭଳି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏହାର ପ୍ରଯୋଜନା କରିଥିବାବେଳେ ୨୨୦ କୋଟିରେ ପ୍ରସ୍ତୁତ ହୋଇଛି ଏହି ବିଗ ବଜେଟ୍ ଫିଲ୍ମ।

