ଡିଲିଟ୍ ହୋଇଯିବ ଇନଆକ୍ଟିଭ୍ ଗୁଗ୍ଲ ଆକାଉଣ୍ଟ । ଇନଆକ୍ଟିଭ୍ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍ଲ ଡିଲିଟ କରିବା ନେଇ ସୂଚନା ଦେଇଛି।ଇନଆକ୍ଟିଭ୍ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍ଲ ଡିଲିଟ କରିବା ନେଇ ସୂଚନା ଦେଇଛି। ଦୁଇ ବର୍ଷ ଧରି ଆକାଉଣ୍ଟ ସାଇନ୍ ଇନ୍ ନ ଥିଲେ କିମ୍ବା ବ୍ୟବହାର କରାଯାଉ ନ ଥିଲେ ସେହି ଇନଆକ୍ଟିଭେଟ୍ ଆକାଉଣ୍ଟଗୁଡିକୁ ସିକ୍ୟୁରିଟି ଥ୍ରେଟ୍ ଏବଂ ହ୍ୟାକ୍କୁ ଧ୍ୟାନରେ ରଖି ସେଗୁଡିକୁ ସବୁଦିନ ପାଇଁ ଡିଲିଟ କରାଯିବ। ତେବେ ଆକାଉଣ୍ଟ ସହ ଜଡିତ ଗୁଗ୍ଲ ୱାର୍କସ୍ପେସ ବ୍ୟତୀତ ଅର୍ଥାତ୍ ଜିମେଲ୍, ଡକସ୍, ଡ୍ରାଇଭ, ମିଟ୍, କ୍ୟାଲେଣ୍ଡର, ୟୁଟ୍ୟୁବ୍ ଏବଂ ଗୁଗ୍ଲ ଫଟୋ ମଧ୍ୟ ଡିଲିଟ୍ ହୋଇଯିବ। ପୁରୁଣା ଆକାଉଣ୍ଟ ଡିଲିଟ କରିବା ପୂର୍ବରୁ ଗୁଗ୍ଲ ସେହି ଇନଆକ୍ଟିଭ୍ ଆକାଉଣ୍ଟର ମେଲକୁ ମଲ୍ଟିପଲ ନୋଟିଫିକେଶନ ଏବଂ ରିକୋଭରି ମେସେଜ ପଠାଇବ।

