ଘରକୁ କ୍ଷୀର ଆସିବା ମାତ୍ରେ ପ୍ରଥମ କାମ ହେଉଛି ସେସବୁ ଫୁଟେଇବା। କିନ୍ତୁ ଏସବୁ କଞ୍ଚା କ୍ଷୀର ପାଇଁ ଉପଯୁକ୍ତ। ପ୍ୟାକେଟ୍ କ୍ଷୀରକୁ ଫୁଟେଇବାର ଆବଶ୍ୟକତା ନାହିଁ। କଞ୍ଚା କ୍ଷୀରକୁ ଏଥିପାଇଁ ଫୁଟାଯାଏ କାରଣ ଏଥିରେ ଥିବା ବ୍ୟାକ୍ଟେରିଆ ମାରିବ। ପ୍ୟାକେଟ୍ କ୍ଷୀର pasteurized ଥାଏ। ଅର୍ଥାତ ବ୍ୟାକ୍ଟେରିଆ ମାରିବାର ପ୍ରକିୟା ଦେଇ ଗତି କରିସାରିଥାଏ। ସରଳ ଭାଷାରେ କହିଲେ କ୍ଷୀର ପୂର୍ବରୁ ଫୁଟାଯାଇଥାଏ। ଯଦି ଆପଣ କ୍ଷୀରକୁ ଆହୁରି ଫୁଟାନ୍ତି ତେବେ କ୍ଷୀରରେ ଥିବା ନ୍ୟୁଟ୍ରିସନ୍, ଭିଟାମିନ୍ ଡି, denature, ଖରାପ ହୋଇଯାଇଥାଏ। ଫଳରେ ଯେତିକି ପ୍ରୋଟିନ୍ ମିଳିବା କଥା ସେତିକି ମିଳିନଥାଏ।

