ରେଳ କୋଚ୍ ରେ ହୋଇଛି କ୍ୟାଫେ, ମିଳୁଛି ସୁସ୍ବାଦୁ ଖାଦ୍ୟ

ଦିନକୁ ଦିନ କାଫେର ଚାହିଦା ବଢୁଛି। ନୂଆ ପୁରୁଣା ସାଙ୍ଗଙ୍କର ମିଟିଂ ପଏଣ୍ଟ ହେଉଛି ଏହି କ୍ୟାଫେ। ଏଥିସହ ଟିକେ ସମୟ ପାଇଲେ ଲୋକେ ପହଞ୍ଚି ଯାଆନ୍ତି କ୍ୟାଫେ। ବଢୁଥିବା କ୍ୟାଫେର ଚାହିଦା ଦେଖି ଏବେ ଖୋଲିଛି ରେଲ୍ କ୍ୟାଫେ। ବରେଲିର ଇଜ୍ଜତନଗର ରେଳ ବିଭାଗ ବରେଲିରେ ଏହାର ପ୍ରଥମ ଦୁଇଟି କୋଚ୍ ଥିବା କାଫେ ଆରମ୍ଭ କରିଛି। ପୁରୁଣା ରେଳ କୋଚର ବ୍ୟବହାର କରି ହୋଇଛି ଏହି କ୍ୟାଫେ। ଯେଉଁଥିରେ ୮୦ ଜଣ ଲୋକ ଏକାଠି ବସିପାରିବେ। ବେସରକାରୀ କମ୍ପାନୀ ‘ରେଳ କାଫେ’ର ପରିଚାଳନା କରୁଛନ୍ତି।
ଏକ ଆକର୍ଷଣୀୟ ରୂପରେ ସଜାଯାଇଥିବା ଏହି କ୍ୟାଫେ ୨୪ ଘଣ୍ଟା ଖୋଲା ରହିବ। ଏଥିରେ ଲୋକଙ୍କୁ ଏକ ନୂତନ ଶୈଳୀରେ ଖାଦ୍ୟ ପରିବେଷଣ କରାଯିବ। ଏହାଦ୍ବାରା ଟ୍ରେନର ଯାତ୍ରୀ ଏବଂ ଷ୍ଟେସନକୁ ଆସୁଥିବା ଲୋକମାନେ ପ୍ଲାଟଫର୍ମ ବାହାରେ ଷ୍ଟେସନ ପରିସରରେ ଖାଇବା ପିଇବା ପାଇଁ ଏକ ସଂଗଠିତ ସ୍ଥାନ ପାଇବେ। ଏଥିରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ରେଳବାଇ ତଦାରଖ କରିବ।
ଏହା କ୍ୟାଫେ ନିଯୁକ୍ତିରେ ମଧ୍ୟ ବୃଦ୍ଧି ଆଣିବ। ରେଳ ଥିମ୍ ରେ ହୋଇଥିବା ଏହି କ୍ୟାଫେରେ କିଛି ପୁରୁଣା କୋଚ୍‌ ରହିଛି। ଯାହା ଲୋକଙ୍କୁ ବେଶ୍‌ ଆକର୍ଷିତ କରିବ ବୋଲି ବିଶ୍ବାସ ରଖାଯାଇଛି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!