ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ୧୦ଜୁନ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରୀପୁରା ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍ କାଉନସିଲରେ ଦାୟିତ୍ବରେ ଥିଲେ । ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ । ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର ।
Related Posts
ମାଲେଗାଓଁ ବିସ୍ଫୋରଣ ମାମଲା : ପ୍ରମାଣ ଅଭାବରୁ ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ମାଲେଗାଓଁ ବିସ୍ଫୋରଣ ମାମଲା। ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ସ୍ଵତନ୍ତ୍ର ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି। ଏହି ମାମଲାରେ…
ଲଣ୍ଡନରେ ୧୭ ବର୍ଷ ରହିବା ପରେ ଢାକାକୁ ଫେରିଛନ୍ତି ତାରିଖ ରେହମାନ
ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ ରେହମାନ ପ୍ରାୟ…
ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାରେ ଯାଦବ ପରିବାରକୁ ଆଶ୍ୱସ୍ତି
ଚାକିରି ପାଇଁ ଦୁର୍ନୀତି ମାମଲାରେ ଯାଦବ ପରିବାରକୁ ବଡ ଆଶ୍ୱସ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର…

