ପୁଣି ବିବାଦରେ ରାହୁଲ । ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ପରେ ବିବାଦ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜର ବକ୍ତବ୍ୟ ପ୍ରଦାନ କରୁଥିବାବେଳେ ତାଙ୍କ ଉଦ୍ଦେଶ୍ୟରେ ରାହୁଲ ଏକ ଫ୍ଲାଇଂ କିସ୍ ଦେଇଛନ୍ତି ବୋଲି ଇରାନୀ କରିଛନ୍ତି ଅଭିଯୋଗ କରୁଛନ୍ତି ।ସ୍ମୃତି ଇରାନୀଙ୍କ ଅଭିଯୋଗ ଅମୁଯାୟୀ, ମହିଳା ସାଂସଦ ବସିଥିବା ବେଳେ କେହି ଯଦି ଏହିପରି ଫ୍ଲାଇଂ କିସ୍ର ଇଙ୍ଗିତ କରି ଯାଏ ତାହା ଅତ୍ୟନ୍ତ ଅଭଦ୍ର ଅଟେ । ସ୍ମୃତି ଇରାନୀଙ୍କ ବୟାନ ପରେ ରାହୁଲ ଗାନ୍ଧୀ ପାଇଁ ବିବାଦ ବଢିଯାଇଛି । ପ୍ରାୟ ୨୨ ମହିଳା ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ସନ ପାଇଁ ଦାବି କରିଛନ୍ତି ।

