PNB କୁ ରାଜଭାଷା କୀର୍ତ୍ତି ପୁରସ୍କାର

ଚଳିତ ବର୍ଷର ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ୩ୟ ସର୍ବଭାରତୀୟ କାର୍ଯ୍ୟାଳୟ (ଅଫିସିଆଲ) ଭାଷା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀ ଅବସରରେ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)କୁ ନିକଟରେ ରାଜଭାଷା କୀର୍ତ୍ତି ପୁରସ୍କାର-୨୦୨୨-୨୩ ମିଳିଛି।
ଏହି ପରିପ୍ରେକ୍ଷୀରେ ପିଏନ୍ବି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ବିଜେତା ଭାବେ ଉକ୍ତ ପୁରସ୍କାର ଲାଭ କରିଥିଲାବେଳେ ରାଜଭାଷା କୀର୍ତ୍ତି ପୁରସ୍କାରର ୨ୟ ବିଜେତା ପିଏନ୍ବି ପ୍ରତିଭା ମାଗାଜିନ ପାଇଁ ହୋଇଥିଲା।

ଏହି ଅବସରରେ ପିଏନ୍ବିର ଏମ୍ଡି ତଥା ସିଇଓ ଅତୁଲ କୁମାର ଗୋଏଲ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ବରାଷ୍ଟ୍ର ) ଅଜୟ କୁମାର ମିଶ୍ରାଙ୍କଠାରୁ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜଭାଷାର ଉପାଧ୍ୟାକ୍ଷ (ଡିସି) ରହିବଂଶ ନାରାୟଣ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!