ଏକାଗ୍ରତା, ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷକୁ ଛୁଇଁବାରେ ସଫଳ କରାଇଥାଏ । ଏଭଳି ପ୍ରେରଣାଦାୟୀ ବ୍ୟକ୍ତିହେଲେ ବିଶିଷ୍ଠ ଶିଳ୍ପପତି ଫାଲକନ୍ ଗ୍ରୁପ୍ ଅଫ୍ କମ୍ପାନୀ ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ । ଅକଳ୍ପନୀୟ କାହାଣୀକୁ ବାସ୍ତବତାର ରୂପ ଦେଇ ଆଜି ତାରା ସାଜିଛନ୍ତି ବିଜନେସ ୱାର୍ଲଡ଼ର ସାଇନିଂ ଷ୍ଟାର।
ମଧ୍ୟବିତ୍ତ ପରିବାର ରୁ ଜନ୍ମିତ ତାରା ବ୍ୟବ୍ୟସାୟ ଜଗତରେ ପାଦ ରଖିଥିଲେ। ନିଜର ଦୃଢଇଚ୍ଛା ଶକ୍ତି ଓ ଦୂରଦୃଷ୍ଟି ବଳରେ ସେ ଦେଶ ବିଦେଶରେ ଚର୍ଚ୍ଚାରେ । କେବଳ ସେତିକି ନୁହେ ଅନେକ କ୍ଷେତ୍ରରେ ସେ ସଫଳତା ହାସଲ କରିଛନ୍ତି । ଅନ୍ୟାନ୍ୟ ବ୍ୟବସାୟିକ କ୍ଷେତ୍ରରେ ସେ ମଧ୍ୟ ପ୍ରତିଷ୍ଠା ସ୍ଥାପନା କରିଛନ୍ତି। ତାଙ୍କ ବିଜୟର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ।ମଧ୍ୟବିତ୍ତ ପରିବାରରୁ ଜନ୍ମିତ ତାରା ବ୍ୟବ୍ୟସାୟ ଜଗତରେ ପାଦ ରଖିଥିଲେ। ସେ ଦେଶ ବିଦେଶରେ ଚର୍ଚ୍ଚାରେ । କେବଳ ସେତିକି ନୁହେ ଅନେକ କ୍ଷେତ୍ରରେ ସେ ସଫଳତା ହାସଲ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ 1953 ମସିହା ମାର୍ଚ୍ଚ 1ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତାର ରଞ୍ଜନ । ପିତା ପଦ୍ମନାଭ ପଟ୍ଟନାୟକ ଜଣେ ଓକିଲ ଥିଲେ। 1954 ମସିହାରେ ଆନନ୍ଦପୁରର ଏକ ସରକାରୀ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ ଏବଂ ଯୁକ୍ତ ଦୁଇ ପଢିବା ପାଇଁ 1969 ମସିହାରେ ଭଦ୍ରକ କଲେଜରେ ଆଡ଼ମିଶନ କଲେ। ପରେ କଲେଜରେ ବାରମ୍ବାର ଷ୍ଟ୍ରାଇକ୍ ଏବଂ ଛାତ୍ର ଆନ୍ଦୋଳନ ଯୋଗୁଁ ସେ ବିଚଳିତ ହୋଇପଡ଼ିଥିଲେ। ତା’ପରେ ସେ କେନ୍ଦୁଝରରେ ସ୍ନାତକ ଶେଷ କରିଥିଲେ।
ଓକିଲ ହେବାକୁ ଚାହୁଁଥିଲର ତାର କିନ୍ତୁ ଜୀବନ ତାଙ୍କୁ ଏକ ଭିନ୍ନ ପଥରେ ନେଇଗଲା ।1985 ରେ, ସେ ଫାଲକନ୍ ମେରାଇନ୍ ରପ୍ତାନି ପ୍ରାଇଭେଟ ଲିମିଟେଡ୍ ପ୍ରତିଷ୍ଠା କରିଥିଲେ ଏବଂ ଗତ 15 ବର୍ଷ ମଧ୍ୟରେ ତାଙ୍କ କମ୍ପାନୀ ଦେଶର ସର୍ବ ବୃହତ ସାମୁଦ୍ରିକ ଉତ୍ପାଦ ରପ୍ତାନିକାରୀ ଭାବରେ କାର୍ଯ୍ୟ କରିଆସୁଛି। ଦେଶର ସର୍ବୋଚ୍ଚ ମୂଲ୍ୟ ରପ୍ତାନିକାରୀ ହୋଇଥିବାରୁ ତାରା ରଂଜନଙ୍କୁ MPEDA (ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ) ପୁରସ୍କାର ପ୍ରଦାନ କରାଯାଇଛି | ସେ ତାଙ୍କ କମ୍ପାନୀର ନାମ ଫାଲକନ୍ ରଖିଥିଲେ କାରଣ ସେ ଆକାଶରେ ଫାଲକନ୍ ପକ୍ଷୀ ଭଳି ଉଚ୍ଚତର ହେବାର ଚିନ୍ତାକୁ ଭଲ ପାଉଥିଲେ।
ଏବେ ତାରାଙ୍କ ନାଁ କୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଆଉ ଏକ ସଫଳତା ହାସଲ କରିଛନ୍ତି । ହୁରୁନ ଇଣ୍ଡିଆ ଧନୀ ତାଲିକା’ ୨୦୨୩ରେ ସ୍ଥାନ ପାଇଛି ତାରାଙ୍କ ନାଁ। ଏହି ତାଲିକାରେ ଏକମାତ୍ର ଓଡ଼ିଆ ଭାବରେ ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏହି ପତ୍ରିକାରେ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନୀ ମାନଙ୍କ ସଫଳତାକୁ ନେଇ ପ୍ରତିବର୍ଷ ଏକ ବାର୍ଷିକ ବିଶେଷାଙ୍କ ପ୍ରକାଶ ପାଇଥାଏ। ଯେଉଁଥରେ ସ୍ଥାନ ପାଉଥିବା ବ୍ୟକ୍ତି ଓ କମ୍ପାନୀମାନଙ୍କୁ ସେମାନଙ୍କ ସାମଗ୍ରିକ ବିକାଶ ଓ ଲାଭକୁ ଦୃଷ୍ଟିରେ ରଖ୍ ବଛା ଯାଇଥାଏ। ନିଜ ବ୍ୟବସାୟ ପ୍ରତି ନିଷ୍ଠାପରତା ଏବଂ କମ୍ପାନୀର କାରବାର ବୃଦ୍ଧି ଦିଗରେ ତାଙ୍କର ନୀତିନିଷ୍ଠ ଚିନ୍ତାଧାରା ଯୋଗୁ ଏଥର ପୁଣିଥରେ ଶିଳ୍ପପତି ତାରା ରଞ୍ଜନଳ ପଟ୍ଟନାୟକ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି | କମ୍ପାନୀର ସାମଗ୍ରିକ କାରବାର ଓ ଲାଭାଂଶକୁ ଟିକିନିକି ତର୍ଜମା କରିବା ପରେ, ୫ ବର୍ଷ ଭିତରେ କମ୍ପାନୀରେ ୭୬ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଥିବା ହୁରୁନ୍ ସୂଚନା ଦେଇଛି। ଧନୀ ତାଲିକାର ଭାରତରେ ୫୭୨ତମ ସ୍ଥାନରେ ଅଛନ୍ତି ତାରା।



