ଆରମ୍ଭ ହେବାକୁ ଯାଉଛି ବଡ଼ ମିଶନ । ଚନ୍ଦ୍ରକୁ ମନୁଷ୍ୟ ପଠାଇବ ଇସ୍ରୋ । ଇସ୍ରୋ ବୈଜ୍ଞାନିକଙ୍କ ସହ ମଙ୍ଗଳବାର ଏକ ବୈଠକ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଗଗନାୟନ ଅଭିଯାନର ସମୀକ୍ଷା କରିଛନ୍ତି। ‘କୁ ଏସ୍କେପ ସିଷ୍ଟମ’ର ପରୀକ୍ଷଣ ବିଷୟରେ ପଚାରି ବୁଝିଛନ୍ତି । ଶୁକ୍ର ଅର୍କିଟର ଅଭିଯାନ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାମ କରିବା ପାଇଁ ବୈଜ୍ଞାନିକଙ୍କୁ କହିଛନ୍ତି । ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଅକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ମହାକାଶ ବିଭାଗର ବିସ୍ତୃତ ସମୀକ୍ଷା କରାଯାଇଥିଲା | ହ୍ୟୁମାନ ରେଟେଡ ଲଞ୍ଚ ସହିତ ତିନୋଟି ମାନବ ବିହୀନ ଅଭିଯାନ ହେବ। ଏହା ପୂର୍ବରୁ ୨୦ଟି ପ୍ରମୁଖ ପରୀକ୍ଷଣ କରାଯିବ। ଏହି ବୈଠକରେ ଭାରତ ଏବେ ନୂଆ ମହତ୍ତ୍ୱକାଂକ୍ଷା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Related Posts
ଆଉ ନାହାନ୍ତି ପଦ୍ମବିଭୂଷଣ ରାମୋଜି ରାଓ
ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି.ରାମୋଜୀ ରାଓ ଙ୍କ ଦେହାନ୍ତ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ତାଙ୍କୁ ହାଇଦ୍ରାବାଦର…
ଶ୍ୱଶୁରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ବୋହୂ
ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…
ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୯ ଜଣଙ୍କୁ ମିଳିବ ସାହସିକତା ପଦକ
ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ…

