ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ, ୨୦ କୋଟି ଅର୍ଥ ଦାବି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ଏକ ଇ-ମେଲ୍ ଜରିଆରେ ଜଣେ ବ୍ୟକ୍ତି ଉକ୍ତ ହତ୍ୟା ଧମକ ଦେଇଛନ୍ତି। ଯଦି ସେ ୨୦ କୋଟି ଟଙ୍କା ନଦେବେ ତାହେଲେ ତାଙ୍କୁ ଗୁଳି କରାଯିବ। ମୁକେଶଙ୍କୁ ପ୍ରଥମ ଥର ପାଇଁ ହତ୍ୟା ଧମକ ମିଳିନାହିଁ। ଗତବର୍ଷ ମୁକେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଲାଗି ବିହାରରୁ ଏକ ଅଜଣା ଟେଲିଫୋନ କଲ୍ ଆସିଥିଲା।

ସଂପୃକ୍ତ ବ୍ୟକ୍ତି ଦକ୍ଷିଣ ମୁମ୍ବାଇରେ ଥିବା ଅମ୍ବାନିଙ୍କ ବାସଭବନ ଆଣ୍ଟିଲିଆ ଏବଂ ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଅବଶ୍ୟ ମୁମ୍ବାଇ ପୁଲିସ ସେହି ବ୍ୟକ୍ତିକୁ ବିହାରର ଦରଭଙ୍ଗାଂରୁ ଗିରଫ କରିଥିଲା। ପୁଲିସ କହିଛି ସଦାବ ଖାନ୍ ନାମକ ଜଣେ ବ୍ୟକ୍ତି ଗତ ୨୭ ତାରିଖରେ ଏହି ଇମେଲ୍ ପଠାଇଛନ୍ତି ବୋଲି ।

ଅମ୍ବାନିଙ୍କ ବାସଭବନ ଆଣ୍ଟିଲିଆରେ ମୃତୟନ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏ ନେଇ ପୁଲିସକୁ ସୂଚନା ଦିଆଯାଇଛି। ଗାମଦେବି ଥାନାରେ ଆଇପିସିର ଧାରା ୩୮୭ ଏବଂ ୫୦୬(୨) ଅଧୀନରେ ମାମଲା ରୁଜୁ ସହିତ ଇମେଲ୍ ପଠାଇଥିବା ବ୍ୟକ୍ତିକୁ ଧରିବା ପାଇଁ ପୁଲିସ ବ୍ୟାପକ ଉଦ୍ୟମ ଆରମ୍ଭ କରିଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!