ଦୀପାବଳିରେ ଧମାଲ କରିବ ସଲମାନ ଓ କ୍ୟାଟ୍ରିନା ଷ୍ଟାରର ଟାଇଗର ୩ । ୟଶ ରାଜ ଫିଲ୍ମ ବ୍ୟାନରରେ ତିଆରି ହେଉଛି ପିଲ୍ମ । ଭାଇଜାନ ସଲମାନ ଓ କ୍ୟାଟ୍ରିନା କୈଫ୍ ଲିଡ୍ ରୋଲରେ ନଜର ଆସିବେ ।ଫିଲ୍ମର ଡିରେକ୍ସନ ଦେଇଛନ୍ତି ମନୀଷ ଶର୍ମ । ନଭେମ୍ବର ୧୨ ଦୀଓ୍ବାଲିରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଏଥିରେ ଇମ୍ରାନ ହାସମୀ ନେଗେଟିଭ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ପଠାନ ସିନେମା ପରେ ଦର୍ଶକ ସଲମାନ ଓ ଶାହରୁଖଙ୍କୁ ଏକ ସାଙ୍ଗରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । କାରଣ କିଙ୍ଗ ଖାନ ଏଥିରେ କ୍ୟାମିଓ ରୋଲରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

