ଓଡିଶାରେ କାଶ୍ମୀର ଆତଙ୍କବାଦୀ

ଏବେ ଓଡିଶାରେ ରହିଛି କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ । ତାକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି । ଯାଜପୁର ଜିଲ୍ଲା ନେଉଳପୁର ଠାରୁ ତାକୁ ଗିରଫ କରାଯାଇଛି ।

କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା । ଅଭିଯୁକ୍ତର ୬ ରୁ ୭ ଜଣ ସ୍ତ୍ରୀ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡିଶାରେ ବାହା ହୋଇଥିବା କଥା ଜଣାପଡିଛି ।
କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡିଶାରୁ ଗିରଫ କରାଯାଇଛି । ତା ନିକଟରୁ ଅନେକଗୁଡିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି । ତାକୁ ଯାଜପୁରରୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଉଥିଲା ।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!