ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ ଉତ୍ସବ । ଆଜି ଶୁଭାରମ୍ଭ ହୋଇଛି ପରିକ୍ରମା ନିମନ୍ତ୍ରଣ । ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ ହେବା ପାଇଁ ବାହାରିଛନ୍ତି ସେବାୟତ। ଶ୍ରୀମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିଛନ୍ତି ୩୦ଟି ସ୍ବତନ୍ତ୍ର ଦଳ । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି ।ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରି ଲିଙ୍ଗରାଜ ମନ୍ଦିର ପରିସରକୁ ଫେରିବେ । ସେଠାରୁ ୧୩ଟି ଟିମ୍ ରାଜ୍ୟର ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗସ୍ତ କରିବେ । ଅବଶିଷ୍ଟ ୧୭ଟି ଟିମ୍ ସର୍କିଟ ହାଉସ ଓ ଷ୍ଟେଟ ଗେଷ୍ଟ ହାଉସକୁ ଆସି ପର୍ଯ୍ୟାୟକ୍ରରେ ରାଜ୍ୟ ବାହାରର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ଦେବାକୁ ଗସ୍ତ କରିବେ ।

