ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ମାନ୍ୟତା

ଇକୋ ସିଷ୍ଟମ ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବରେ ସୂଚିତ କରାଯାଇଛି। ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ୍ ର଼୍ୟାଙ୍କିଙ୍ଗ୍- ୨୦୨୨ରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ଓମ୍କାର ରାୟ କହିଛନ୍ତି, ଏକ ନୂଆ ଷ୍ଟାର୍ଟଅପ୍ ନୀତି ସହ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଓଡ଼ିଶା ସର୍ବଦା ପ୍ରୟାସ କରୁଛି। ଷ୍ଟାର୍ଟଅପ୍ ଓଡ଼ିଶା ଏଗ୍ରିଟେକ୍, ଆଇଟି, କୃତ୍ରିମ ବୁଦ୍ଧିମତ୍ତା, ସ୍ବାସ୍ଥ୍ୟସେବା, ଫିନ୍ଟେକ୍ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରଗୁଡ଼ିକରେ ୧୮୦୦ରୁ ଅଧିକ ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଛି। ସୂଚନା ଥାଉକି, ଷ୍ଟେଟ ଷ୍ଟାର୍ଟଅପ୍ ର଼୍ୟାଙ୍କିଙ୍ଗ୍ର ଏହି ୪ର୍ଥ ସଂସ୍କରଣ ଷ୍ଟେଟ୍ ଷ୍ଟାର୍ଟଅପ୍ ର଼୍ୟାଙ୍କିଙ୍ଗ୍ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ( ଡିପିଆଇଆଇଟି) ଦ୍ୱାରା ପ୍ରସ୍ତୁତ ହୋଇଥିଲା। ୨୫ଟି ଆଧାରରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ଷ୍ଟାର୍ଟଅପ୍ର ସମ୍ପ୍ରସାରଣ ଓ ଇକୋ ସିଷ୍ଟମକୁ ସମର୍ଥନ କରିବା ଲାଗି କାର୍ଯ୍ୟ କରିବାକୁ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରୋତ୍ସାହିତ କରାଯାଇଥିଲା। ୨୦୧୮ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୦୧୯ରେ ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ସମର୍ଥନ କରିଥିବାରୁ ଓ ରାଜ୍ୟ ଷ୍ଟାର୍ଟଅପ୍ ର଼୍ୟାଙ୍କିଙ୍ଗ୍ ୨୦୨୧ରେ ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ପୁରସ୍କୃତ କରିଥିଲା। ତେବେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଉଦ୍ୟୋଗୀମାନଙ୍କ ବିକାଶ ପାଇଁ ସାମଗ୍ରିକ ନୀତି ଓ ଯୋଜନା ପ୍ରସ୍ତୁତ ହୋଇଥିଲା। ଫଳରେ ୨୦୨୨ରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ମାନ୍ୟତା ବଜାୟ ରଖିଛି। ଏଥିମଧ୍ୟରୁ ୪୨ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି।

ଏହି ସଂଖ୍ୟା ୨୦୨୫ ସୁଦ୍ଧା ଅତିକମ୍ରେ ୫ ହଜାର ଛୁଇଁବ ବୋଲି ଆଶା କରାଯାଉଛି। ଅନ୍ୟପଟେ ରାଜ୍ୟରେ ୨୭ଟି ଇନ୍କ୍ୟୁବେଟର ମଧ୍ୟରେ ରାଜ୍ୟ ସରକାରଙ୍କ ଇନ୍କ୍ୟୁବେଟର ଓ-ହବ୍ ରହିଛି। ଏଠାରେ ୭୫ଟି ଉଦ୍ୟୋଗୀ ସେଲ୍ (ଇସେଲ) ଓ ୯୩ଟି ଇନ୍କ୍ୟୁବେଟସ ରହିଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!