ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ କରିପାରିବେ ମଦ୍ୟପାନ

ଭାରତରେ ବଜେଟ୍ ପୂର୍ବରୁ ଏକ ସ୍ୱତନ୍ତ୍ର ହାଲୱା ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ବ୍ରିଟେନରେ ବଜେଟ୍ ଭାଷଣ ସମୟରେ ଏକ ଅଜବ ପରମ୍ପରା ପାଳନ କରାଯାଇଥାଏ ।

ଯାହା ସଂସଦୀୟ ନିୟମର ବିପରୀତ । ବ୍ରିଟିଶ ସଂସଦ ୱେଷ୍ଟମିନିଷ୍ଟରରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ ମଦ୍ୟପାନ କରିପାରିବେ ବୋଲି ଆଇନଗତ ଭାବରେ ଅନୁମତି ଦିଆଯାଇଛି ।

ତେବେ ବ୍ରିଟିଶ ସଂସଦର ନିୟମ ଅତ୍ୟନ୍ତ କଠୋର । ହାଉସ୍ ଅଫ୍ କମନ୍ସରେ କୌଣସି ସାଂସଦଙ୍କୁ ଖାଇବା କିମ୍ବା ପିଇବାକୁ ଅନୁମତି ନାହିଁ । ଏପରିକି ପାଣି ପିଇବାକୁ ମଧ୍ୟ ମନା ।

ବଜେଟ୍ ଦିନ କଠୋର ନିୟମ ଗୋଟିଏ ଦିନ ପାଇଁ କୋହଳ କରାଯାଇଥାଏ । କେବଳ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ଭାଷଣ ସମୟରେ ପାନୀୟ ଅବା ମଦ୍ୟପାନ କରିବାକୁ ଅନୁମତି ଦିଆଯାଇଛି । ତେବେ ପାନୀୟ ଅର୍ଥମନ୍ତ୍ରୀଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି । ପୂର୍ବ ସମୟରେ, ବଜେଟ ଭାଷଣ ବହୁତ ଲମ୍ବା ଥିଲା । ଚାନ୍ସେଲରଙ୍କୁ ତାଙ୍କ କଣ୍ଠକୁ ସାମୟିକ ଆରାମ ଦେବା କିମ୍ବା ଶକ୍ତି ପ୍ରଦାନ କରିବା ପାଇଁ ପାନୀୟ ପିଇବାକୁ ପଡୁଥିଲା । ତଥାପି, ଏହି ଅଭ୍ୟାସ ଆଜିକାଲି କମ୍ ଦେଖାଯାଉଛି।

Post Views3 Total Count

Apply Now


This will close in 0 seconds

error: Content is protected !!