୨ ବର୍ଷ ପରେ ଫେସବୁକ୍ ଓ ଇଷ୍ଟାଗ୍ରାମ ଫେରିଲେ ଟ୍ରମ୍ପ୍, ସୂଚନା ଦେଲା ମେଟା ଫେସ୍ବୁକ୍ର ମୂଳ କମ୍ପାନି ମେଟା ଏକ ବ୍ଲକ୍ ପୋଷ୍ଟ୍ ଜରିଆରେ ଏ ସଂପର୍କରେ ସୂଚନା ଦେଇ ଲେଖିଛି ଯେ ‘ଲୋକମାନଙ୍କର ଜାଣିବା ଦରକାର ଯେ ସେମାନଙ୍କ ରାଜନେତା ଭଲ, ଖରାପ, ଅସଙ୍ଗତ କଣ ବାର୍ତ୍ତା ଦେଉଛନ୍ତି। ଏବେ ସର୍ବସାଧାରଣ ସେ କଥାକୁ ଶୁଣିବାକୁ ସମର୍ଥ।’
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍କୁ ରିଷ୍ଟୋର୍ କରାଯାଇଛି। ଟ୍ରମ୍ପ୍ଙ୍କ ଉଭୟ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍କୁ ରିଷ୍ଟୋର୍ କରିଛି ମେଟା। ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍ଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରିଷ୍ଟୋର୍ ହୋଇଛି।

