ଏମ୍ସିଏଲ୍ କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ

ଏମ୍ସିଏଲ୍ ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ କମ୍ପାନୀର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ଏମସିଏଲ ମୋଟ ୧୯୩.୩ ମିଲିୟନ ଟନ କୋଇଲା ଉତ୍ପାଦନ କରିଛି। ବିଶେଷ କରି ୨୦୨୨-୨୩ ଆର୍ଥକ ବର୍ଷରେ ଏମସିଏମଲ କୋଇଲା ଉପତ୍ାଦନରେ ସର୍ବକାଳୀନ ରେକର୍ଡ କରିଥିବା ସିଂ ମତପ୍ରକାଶ କରିଛନ୍ତି।

ସେହିଭଳି କମ୍ପାନୀ ୧୯୩.୩ ମିଲିଅନ ଟନ୍ ଉପତ୍ାଦନ କରିବା ସହ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇବାରେ ମଧ୍ୟ ନୂତନ ରେକର୍ଡ ସ୍ଥାପନ କରିଛି।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଏମ୍ସିଏଲ୍ କୋଇଲା ଉତ୍ପାଦନରେ ୧୫% ଅଭିବୃଦ୍ଧି ହାସଲ କରିଛି।

ଏଥିସହିତ କୋଇଲା ଉତ୍ତୋଳନରେ ଗତ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯% ଅଭିବୃଦ୍ଧି ଘଟିଛି ବୋଲି ସିଂ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏମ୍ସିଏଲ୍ ଧାର୍ଯ୍ୟ ସମୟ ପୂର୍ବରୁ ଏହାର ସମସ୍ତ ଲକ୍ଷ୍ୟ ହାସଲ କରିସାରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୦୦ ମିଲିୟନ ଟନ୍ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିପାରିଛି।

ଏମ୍ସିଏଲ୍ ପରିବେଶ-ଅନୁକୂଳ ଯନ୍ତ୍ରପାତି ମାଧ୍ୟମରେ ସମୁଦାୟ ଉପତ୍ାଦନର ୯୭% କୋଇଲା ଉତ୍ତୋଳନ କରିପାରିଛି ବୋଲି ସିଂ କହିଛନ୍ତି। ଏମ୍ସିଏଲ୍ର ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପି. କେ. ପଟେଲ, ନିର୍ଦ୍ଦେଶକ (ବୈଷୟିକ) ଯୁଗଳ କୁମାର ବୋରା ଏବଂ ନିର୍ଦ୍ଦେଶକ (ଅର୍ଥ)ଅଜିତ କୁମାର ବେହୁରା ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାଗୁଡ଼ିକୁ ସଫଳ କରାଇବାରେ କମ୍ପାନୀର ପ୍ରତ୍ୟେକ ସଦସ୍ୟଙ୍କର ସମନ୍ବିତ ଏବଂ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଂଶସା କରିଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!