କାନ୍ସରେ ଜଲଓ୍ବା ଦେଖାଇଲେ ଇଶା

ଇଣ୍ଟରନ୍ୟାସନାଲ ଶୋ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ବଲିଉଡ ବିୟୁଟିଙ୍କ ଜଲଓ୍ବା ଦେଖିବାକୁ ମିଳୁଛି । ଏଥର ଅନେକ ଷ୍ଟାର ଫେଷ୍ଟିଭାଲରେ ସାମିଲ ହୋଇଛନ୍ତି । ତେବେ କାନ୍ସର ରେଡ୍ କାର୍ପେଟ୍ରେ ଚାଲିଥିବା ଅଭିନେତ୍ରୀ ଇଶା ଗୁପ୍ତା ତାଙ୍କ ବେଶରେ ସମସ୍ତଙ୍କ ମନ ମୋହିଛନ୍ତି । ସେ ଡିଜାଇନର୍ ନିକୋଲାସ ଜେବରାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଧଳା ରଙ୍ଗର ସ୍ଲିଟ୍ ଗାଉନ ପିନ୍ଧିଥିଲେ। ଯାହା ତାଙ୍କୁ ବହୁତ ଆକର୍ଷଣୀୟ ଲୁକ୍ ଦେଉଥିଲା । ତେବେ ଇଶା ୨୦୧୨ରେ ବଲିଉଡ୍ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହା ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୧୯ରେ ଫିଲ୍ମ ‘ୱାନ ଡେ: ଜଷ୍ଟିସ ଡେଲିଭର୍ଡ’ରେ ଦେଖିବାକୁ ମିଳିଥିଲା। ଏଥିସହ ସେ ଟେଲିଭିଜନ, ମ୍ୟୁଜିକ୍ ଭିଡିଓ ଏବଂ ୱେବ୍ ସିରିଜ୍ରେ ମଧ୍ୟ ନଜରକୁ ଆସିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!