ମନ୍ତେଇ ବ୍ରିଜ ନିର୍ମାଣ ର ଅନୁଧ୍ୟାନ କରୁଛନ୍ତି 5T ସଚିବ

ଭଦ୍ରକରେ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ବିକାଶର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ସକାଳୁ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି 5T ସଚିବ । ବୈତରଣୀ ନଦୀ ନିକଟରେ ଭିତରକନିକାକୁ ପ୍ରବେଶ ପଥ ଏବଂ ନଦୀବନ୍ଧର ଅନୁଧ୍ୟାନ କରୁଛନ୍ତି ।

ପରେ ସିଏଚସିରେ ଆମ ହସପିଟାଲ ରୂପାନ୍ତରଣ କାମର ଅନୁଧ୍ୟାନ କରିବା ପରେ ଏବି ହାଇସ୍କୁଲରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ BCCUBB ହାଇସ୍କୁଲରେ ରୂପାନ୍ତରଣ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ । ରକ୍ତତୀର୍ଥ ଇରାମ ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ । ପରେ ଦିନତମାମ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ।

କାଳି ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିବେ 5T ସଚିବ । ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଯାଇ ଅଗ୍ରଗତିର ସମୀକ୍ଷା କରିବେ । ଏହି ପ୍ରକଳ୍ପ ଦ୍ବାରା ଚାନ୍ଦବାଲି, ଧାମନଗର, ତିହିଡ଼ି ଓ ବାସୁଦେବପୁରକୁ ପାନୀୟ ଜଳ ଯୋଗାଣ ହେବ । ପରେ ଇନଡୋର ଷ୍ଟାଡିୟମ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ବାସୁଦେବପୁରରେ ବସଷ୍ଟାଣ୍ଡ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!