ମୁସଲମାନ ଧର୍ମର ବଡ ପର୍ବ ଇଦ୍ । ଏହି ପର୍ବକୁ ବକ୍ରି ଇଦ୍ ବି କୁହନ୍ତି । ଏହା ହେଉଛି ଏକ ବଳିଦାନର ପର୍ବ । ବକ୍ରି ଇଦକୁ ନେଇ ରହିଛି ଏମିତି ଅନେକ କିଛି ପୌରାଣିକ କଥା । ଲୋକ ବିଶ୍ବାସ ରହିଛି ଭବିଷ୍ୟବକ୍ତା ଆଲ୍ଲାଙ୍କ ପ୍ରତି ତାଙ୍କ ବିଶ୍ବାସ ଓ ଭଲପାଇବା ଦେଖି ଆଲ୍ଲା ତାଙ୍କୁ ପରୀକ୍ଷା କରିଥିଲେ। ତାଙ୍କୁ ଅତି ପ୍ରିୟ ଜିନିଷ ବଳି ଦେବାକୁ କହିଥିଲେ। ଭବିଷ୍ୟଦ୍ବକ୍ତା ତାଙ୍କ ପୁଅ ହଜରତ ଇସମାଇଲଙ୍କୁ ଅଧିକ ଭଲ ପାଉଥିଲେ ଏବଂ ଜୀବନ ଅପେକ୍ଷା ସେ ତାଙ୍କ ପାଇଁ ଅଧିକ ପ୍ରିୟ ଥିଲେ। ଆହ୍ଲାଙ୍କ ଆଦେଶ ପାଇବା ପରେ ଭବିଷ୍ୟଦ୍ବକ୍ତା ଇବ୍ରାହିମ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ।
ସେ ନିଜ ପୁଅକୁ ବଳି ଦେବା ବେଳେ ହଠାତ୍ ତାଙ୍କ ହାତରୁ ହତିଆର୍ ଉଭାନ ହୋଇଯାଇଥିଲା । ଆଲ୍ଲା ପୁଅ ବଦଳରେ ପଶୁ ବଳିଦାନ ଦେଇଥିଲେ। ଜିଲହିଜ୍ଜ ମାସର ଦଶମ ଦିନରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ସ୍ମୃତିରେ, ପ୍ରତିବର୍ଷ ଜିଲହିଜ୍ଜ ମାସର ଦଶମ ଦିନରେ ଇଦ୍-ଉଲ୍-ଅଜହା କିମ୍ବା ବକ୍ରିଇଦ ପର୍ବ ପାଳନ କରାଯାଇଥାଏ। ତେଣୁ ଆଜୁ ସାରା ଦେଶରେ ଇଦ୍ ପାଳନ କରୁଛନତି ମୁସଲମାନ ଭାଇଭଉଣୀ ।

