ଅପରାଜିତାଙ୍କୁ ବିରୋଧ କରୁଛି କିଏ ?

ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଯେତେବେଳେ ବିଜେପି ଆଣ୍ଠେଇ ପଡିଥିଲା ସେତେବେଳେ ଏକା ଅପରାଜିତା ବିଜୟୀ ହୋଇ ନୂଆ ରେକର୍ଡ କରିଥିଲେ । କୁହାଯାଏ ପଦ୍ମଫୁଲ ଚିହ୍ନ ନୁହଁ ବରଂ ଲୋକ ଅପରାଜିତାଙ୍କୁ ହିଁ ଭୋଟ ଦେଇଥିଲେ । ଭୁବନେଶ୍ୱର ମେୟର ନିର୍ବାଚନରେ ବି ଅପରାଜିତାଙ୍କ କ୍ରେଜ୍ ଦେଖିବାକୁ ମିଳିଥିଲା । ଦଳୀୟ ସହଯୋଗ ନମିଳି ବି ସୁନିତା ମୁଣ୍ଡଙ୍କ ସହିତ ଏକା ପ୍ରଚାର କରି ଲକ୍ଷାଧିକ ଭୋଟ ବିଜେପି ଖାତାକୁ ଆଣିବାରେ ସେ ସଫଳ ହୋଇଥିଲେ ।‌କହିବାକୁ ଗଲେ ରାଜ୍ୟରେ ଅପରାଜିତାଙ୍କ ନିଜସ୍ଵ ପକେଟ ଭୋଟ ରହିଛି।ଅପରାଜିତାଙ୍କ ଲୋକପ୍ରିତା ରାଜ୍ୟ ବିଜେପିର ଅନ୍ୟ ଶୀର୍ଷ ନେତାଙ୍କଠୁ ଢେର ଅଧିକ। ଏକଥାର ପ୍ରମାଣ ଦେବା ଆବଶ୍ୟକ ନାହିଁ ।ହେଲେ ଗତକିଛିମାସ ଧରି ଅପରାଜିତାଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ ହେଉଥିବା ଖବର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରଚାର ପ୍ରସାର ଚାଲିଛି। ଖୋର୍ଦ୍ଧାର ଓଳସିଂ କୁହନ୍ତୁ କି ଭୁବନେଶ୍ୱର ବେହେରାସାହି ଓ ସହିଦନଗର ।‌ ଅପରାଜିତାଙ୍କୁ ଲୋକମାନେ ବିରୋଧ କରୁଥିବା ଖବର ପ୍ରସାରଣ କରାଯାଉଛି ।

ହେଲେ ବାସ୍ତବ ଚିତ୍ର କିଛି ଅଲଗା ପରି ମନେ ହେଉଛି। କାରଣ ଅପରାଜିତାଙ୍କୁ ବିରୋଧ ବା ଅପରାଜିତା ଗୋବ୍ୟାକ ନାରା ଦେଉଥିବା ଲୋକ ସାଧାରଣ ଜନତା କମ୍ ବିଜେଡି କର୍ମୀ ଅଧିକ ବୋଲି ମନେ ହେଉଛନ୍ତି। ଅପରାଜିତା ଏକମାତ୍ର ସାଂସଦ ଯିଏ ସବୁବେଳେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ସାହିରୁ ସାହି ବୁଲୁଛନ୍ତି। ହେଲେ ଅପରାଜିତା ଯେଉଁଠିକୁ ଯାଉଛନ୍ତି ସେଠି ଆଗୁଆ ଯୋଜନା ମୁତାବକ ବିଜେଡି ଦଳବଳ ସହିତ ପହଞ୍ଚିଯାଉଛି।‌ ଅପରାଜିତା ବିରୋଧୀ ନାରା ଦେଇ ଜନବିରୋଧର ଭ୍ରମ ତିଆରି କରୁଛି ବିଜେଡି । ବିରୋଧ ସମୟରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ବି ଦିଆଯାଉଛି ।‌ ଯାହାକି ବିଜେଡିର ଷଡ଼ଯନ୍ତ୍ର ସମ୍ପର୍କରେ ପ୍ରମାଣ ଦେଉଛି ।
ଅପରାଜିତା ଷଡ଼ଙ୍ଗୀ ଫାଇଭ-ଟି ସଚିବଙ୍କୁ ସମାଲୋଚନା କରି ସରକାର ଓ ବିଜେଡିର ଟାର୍ଗେଟରେ ରହିଛନ୍ତି ।‌ ଏଣୁ ତାଙ୍କୁ ବଦନାମ କରିବାକୁ ବିଜେଡି ଏପରି ଷଡ଼ଯନ୍ତ୍ର କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

ସେପଟେ ଅପରାଜିତାଙ୍କ ଲୋକପ୍ରିୟତା କେବଳ ଭୁବନେଶ୍ଵର ନୁହେଁ, ସାରା ରାଜ୍ୟରେ ରହିଛି। ଏଣୁ ଅପରାଜିତାଙ୍କୁ ତାଙ୍କ ନିଜ ଦଳର କିଛି ନେତା ବି ସହିପାରୁ ନାହାନ୍ତି ।‌ ଏଣୁ ଦଳୀୟ ସ୍ବାର୍ଥକୁ ଭୁଲି ଅପରାଜିତାଙ୍କୁ ଦଳ ଭିତରେ ବିରୋଧ କରିବାକୁ ଚକ୍ରାନ୍ତ କରିବା କିଛି ଅସମ୍ଭବ ନୁହେଁ । ଏସବୁ ଭିତରେ ଅପରାଜିତା କିନ୍ତୁ ପଛକୁ ହଟିବାର ନା ଧରୁନାହାନ୍ତି।‌ବିରୋଧକୁ ସାମ୍ନା କରି ଆଗକୁ ବଢିଚାଲିଛନ୍ତି

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!