ଖୁବ ଶୀଘ୍ର ଘୋଷଣା ହେବେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ଆରଏସଏସର ଶୀର୍ଷ ନେତୃତ୍ୱ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୈଠକ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ବୈଠକରେ ଯୋଗ ଦେଇଥିଲେ। ଆରଏସଏସ ପକ୍ଷରୁ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଓ ଯୁଗ୍ମ ସାଧାରଣ ସମ୍ପାଦକ ଅରୁଣ କୁମାର ଉପସ୍ଥିତ ଥିଲେ। ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ଏହି ବୈଠକରେ ଆଲୋଚନା ହୋଇଛି।

ଚଳିତ ମାସ ଶେଷ ସୁଦ୍ଧା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବାର ଅଛି। ଏହାପୂର୍ବରୁ ଗତକାଲିର ଏହି ବୈଠକ ବହୁ ଗୁରୁତ୍ବ ବୋଲି କୁହାଯାଉଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୨ ତାରିଖ ପର୍ୟ୍ୟନ୍ତ କେରଳର ପାଲକ୍କଡରେ ଆରଏସଏସର ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ପୂର୍ବରୁ ନେତାମାନେ ଏହି ବୈଠକ କରିଛନ୍ତି । ଦଳର ପରବର୍ତ୍ତୀ ସଭାପତି କିଏ ହେବେ ଏଥିପାଇଁ “ଆରଏସଏସର ସମ୍ମତି” ଗୁରୁତ୍ୱପୂର୍ଣ୍ଣ । ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦୀର୍ଘ ଦିନ ଧରି କାମ କରିଥିବା ବହୁ କର୍ମକର୍ତ୍ତାଙ୍କୁ କେନ୍ଦ୍ର ସରକାରରେ ସାମିଲ କରାଯାଇଛି। ତେଣୁ ଦଳ ଏବଂ ଆରଏସଏସର ନିଷ୍ପତ୍ତି ନେଉଥିବା ବ୍ୟକ୍ତି ଜଣେ ତୃଣମୂଳ ସ୍ତରର ନେତାଙ୍କ ନାଁ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଥିବା କୁହାଯାଉଛି।

ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଜଣେ ମହିଳା କିମ୍ବା ଓବିସି ହୋଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ କାର୍ୟ୍ୟକାରୀ ହେବାର ଅଛି । ବିଜେପିରେ କେବେ ବି ମହିଳା ନେତ୍ରୀ ସଭାପତି ହୋଇନାହାନ୍ତି । ତେଣୁ ଜଣେ ମହିଳାଙ୍କୁ ଦାୟିତ୍ୱ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!