ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ

ସେପ୍ଟେମ୍ବର ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ୨୫ତାରିଖ ଯାଏଁ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି । ୧୮ରୁ ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‍ ଫକ୍ଷରୁ ସୂଚନା ଦିଆଯାଇଛି । ଗୃହରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ କହିଛନ୍ତି ଯେ ୧୪ମାସର ସରକାରଙ୍କ ବିଫଳତା ପ୍ରସଙ୍ଗ ଉଠାଇବୁ । ରାଜ୍ୟରେ ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପ୍ରସଙ୍ଗ, ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗ ମଧ୍ୟ ଉଠାଇବା ବିଜେଡି ।

Post Views6 Total Count

Apply Now


This will close in 0 seconds

error: Content is protected !!