ମୁଖ୍ୟ ଶାସନ ସଚିବଙ୍କ  କନ୍ଧମାଳ ଗସ୍ତ

କନ୍ଧମାଳ ଜିଲ୍ଲା ଗସ୍ତ ରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ମୁଖ୍ୟ ଶାସନ ସଚିବ ହେବା ପରେ ପ୍ରଥମ ଥର ପାଇଁ କନ୍ଧମାଳ ଗସ୍ତ ରେ ଆସିଥିବା ବେଳେ ଜିଲ୍ଲାର ଦାରିଙ୍ଗବାଡି, ନୂଆଗାଁ, ଓ ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ।  ଫିରିଙ୍ଗିଆ ବ୍ଲକ ର ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମଣିପଦରର ମହିଳାମାନଙ୍କ ଦ୍ୱାରା ଚାଷ ହୋଇଥିବା ମାଣ୍ଡିଆ ଚାଷ ପରିଦର୍ଶନ କରିଥିଲେ।

ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ପ୍ରଥମେ ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଦ୍ୟାଳୟର ଭିତ୍ତିଭୂମି, ପରିବେଶ ଦେଖି ଖୁସି ବ୍ୟକ୍ତ କରିଥିଲେ l ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ ସବୁ ସମସ୍ୟାର ସମାଧାନ କରାଯିବ ବୋଲି  ପ୍ରତିଶ୍ରୁତି ଦେଇଥିଲେ l

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ଜିଲ୍ଲା ପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ  ରାଜେଶ କୁମାର ସ୍ୱାଇଁ, ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନ ଉପସ୍ଥିତ ଥିଲେ l

Post Views48 Total Count

Apply Now


This will close in 0 seconds

error: Content is protected !!