IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ପାଇଲା ଓଡ଼ିଶା ଲୋକଭବନ

ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ।
ଓଡ଼ିଶାର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଲୋକଭବନକୁ I GBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ବ୍ୟବସ୍ଥା ଅଧୀନରେ ଏହି ସାର୍ଟିଫିକେସନ୍ ମିଳିଛି। ଲୋକଭବନ କ୍ୟାମ୍ପସ୍ ୧୦୦ରୁ ୮୮ ଅଙ୍କ ହାସଲ କରି IGBCର ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ସ୍ଥାନ ପାଇଛି। ଏହି ମାନ୍ୟତା ସ୍ଥାୟୀ ଶାସନ ଭିତ୍ତିଭୂମି ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କ୍ୟାମ୍ପସ୍ ଯୋଜନା, ଭିତ୍ତିଭୂମି ଓ ଦୈନନ୍ଦିନ କାର୍ଯ୍ୟରେ ସ୍ଥାୟୀତ୍ୱକୁ ସମନ୍ୱିତ କରିଥିବାରୁ ଲୋକଭବନକୁ ଏହି ସମ୍ମାନ ମିଳିଛି।
ଲୋକଭବନ କ୍ୟାମ୍ପସ୍‌ ଶକ୍ତି-ଦକ୍ଷ ପ୍ରଣାଳୀ, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାୟୀ ଗତିଶୀଳତା ଏବଂ ବାସିନ୍ଦାଙ୍କ କଲ୍ୟାଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଫଳତାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଖୁସି ପ୍ରକଟ କରି କହିଛନ୍ତି, ମୁଁ ଦେଖିବାକୁ ଚାହୁଁଛି, ଓଡିଶାର ସବୁ ବିଶ୍ୱ ବିଦ୍ୟାଳୟ ଗ୍ରୀନ କ୍ୟାମ୍ପସ ହେଉ। ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଗୁଡିକରେ ପଢୁଛନ୍ତି, ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ, ଏହାକୁ ଅନୁପାଳନ କରିବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି ।

Post Views54 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!