ଭୁବନେଶ୍ୱରରେ ନୀତୀଶ କୁମାର

ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ସେ ନବୀନ ନିବାସରେ ପହଞ୍ଚିଛନ୍ତି ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ନବୀନ- ନୀତୀଶ ଭେଟ ଉପରେ ଓଡ଼ିଶା, ବିହାର ସମେତ ଜାତୀୟ ରାଜନୀତିର ନଜର ଅଟକି ରହିଛି ।

୨ନେତାଙ୍କ ମଧ୍ୟରେ ଘଣ୍ଟାଏ ଧରି ଆଲୋଚନା ହେବ । ଏହି ସମୟ ଭିତରେ ରାଜନୈତିକ ଆଲୋଚନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାପଡ଼ିଛି ।ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କୁ ଭେଟିବା ପରେ ଓଡ଼ିଶା ଆସିଛନ୍ତି ନୀତୀଶ କୁମାର । ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ବହୁ ପୁରୁଣା ।

ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏମିତି କି ବ୍ୟକ୍ତିଗତ ଭାବେ ନୀବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତୀଶ, ନବୀନ ନିବାସ ଆସିଛନ୍ତି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!