ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ

ଲୋକାର୍ପିତ ହେଲା ବିଜୁ ଆଦର୍ଶ କଲୋନୀ । ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏସବୁକୁ ଉତ୍ସର୍ଗ କରିଛନ୍ତି । ଆଉ ବସ୍ତି ନୁହେଁ ଏଣିକି ବିଜୁ ଆଦର୍ଶ କଲୋନୀ  । ଆଦର୍ଶ ବସତିରେ ବାସ କରିବେ ସହରର ଗରିବ  । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି  । ବିଜୁ ଆଦର୍ଶ କଲୋନୀରେ ଲୋକଙ୍କୁ ସମସ୍ତ ମୌଳିକ ଭିତ୍ତିଭୂମି ସହିତ ଆଦର୍ଶ ବସତି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର  । ପେଭର ରାସ୍ତା ସହିତ, ଡ୍ରେନେଜ, ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଉତ୍ତମ ପରିମଳ ବ୍ୟବସ୍ଥା ସହିତ ବିଦ୍ୟୁତ ସଂଯୋଗୀକରଣ, ରାସ୍ତାର ଆଲୋକୀରଣ, ପିଲାମାନଙ୍କ ପାଇଁ ଖେଳ ସୁବିଧା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି  ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!