କିଏ ତାଙ୍କୁ କହେ ଓଡ଼ିଶାର ୟୁଥ ଆଇକନ ଆଉ କିଏ କହେ ନଗଡା ରୂପାନ୍ତରଣର ନାୟକ । ସୁକିନ୍ଦାର ସୁଖଦୁଃଖର ସାଥି । ସେବା, ସମର୍ପଣ ଆଉ ସମୃଦ୍ଧିର ସମ୍ମିଶ୍ରିତ ରାଜନେତା । ସେ ବିକାଶ ପାଇଁ ପ୍ରତିବଦ୍ଧ, ସମୃଦ୍ଧି ପାଇଁ ସଂକଳ୍ପବଦ୍ଧ ଆଉ ନବୀନ ଓଡ଼ିଶାର ସାଲିସ ବିହୀନ ସିପାହୀ । ଓଡ଼ିଶାର ଯୁବନେତା, ସୁକିନ୍ଦାର ଜନପ୍ରିୟ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ଭରସାର ଜୁନିଅର ଘଡ଼େଇ ପ୍ରୀତିରଞ୍ଜନ ଘଡ଼େଇ । ନବୀନ ସରକାରଙ୍କ ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ତୁଲାଉଥିବା ଜଣେ ପ୍ରେରଣାଦାୟୀ ଓ ଆଦର୍ଶବାନ ନେତା ହେଉଛନ୍ତି ପ୍ରୀତିରଞ୍ଜନ ।
ବାପା ଥିଲେ ମନ୍ତ୍ରୀ । ରାଜ୍ୟ ରାଜନୀତି କରିଡରରେ ଭେରି ପାଓ୍ବାରଫୁଲ ପର୍ସନ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜନୈତିକ ଶକ୍ତିକେନ୍ଦ୍ର ଭାବେ ନିଜକୁ ପରିଚିତ କରିବା ସହ ସୁକିନ୍ଦା ରାଜନୀତିରେ ଅରୁ କ୍ଷରୁ ପର୍ଯ୍ୟନ୍ତ ସେ ହିଁ ଥିଲେ ସର୍ବେସର୍ବା । ଲୋକଙ୍କ ଭଲପାଇବା ଓ ବିଶ୍ବାସକୁ ପାଥେୟ କରି ଦୀର୍ଘବର୍ଷ ଧରି ରାଜନୀତିରେ ନିଜର ଦବଦବା ଜାହିର କରିଥିଲେ । 1990 ମସିହାରୁ କ୍ରମାଗତ ଭାବେ 5ଥର ପ୍ରଫୁଲ ଘଡ଼େଇ ସୁକାନ୍ଦା ଆସନରେ ବିଜୟୀ ହେବାର ସୁଯୋଗ ଲାଭ କରିଥିଲେ ପାଓ୍ବାରଫୁଲ ପଲିଟିକ୍ସିଆନଙ୍କ ପୁଅ ହେବା ସତ୍ତ୍ବେ ବାପାଙ୍କ ପରିଚୟ ବଦଳରେ ନିଜେ ନୂତନ ଓ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ ସାନପୁଅ ପ୍ରୀତିରଞ୍ଜନ ।
ପରିବାରର ରାଜନୈତିକ ଢାଞ୍ଚାକୁ ଆପଣାଇ ନିଜ ରଣନୀତିରେ ମଇଦାନକୁ ଓହ୍ଲାଇଥିଲେ ପ୍ରୀତିରଞ୍ଜନ । 2009 ମସିହାରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିଅର । ପ୍ରଥମେ 2009ରେ ଯାଜପୁର ଜିଲ୍ଲା କୋରେଇ ଆସନରୁ ପ୍ରୀତିଙ୍କୁ ସୁଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଟିକେଟରେ ପ୍ରଥମ ପଦାର୍ପଣରେ ବିଜୟ ଲାଭ କରିବା ସହ ବିଧାନସଭାରେ ପାଦ ରଖିବାର ଗୌରବଲାଭ କରିଥିଲେ । ଏଇଠୁ କେବେବି ପଛକୁ ଫେରି ଚାହିଁନାହାନ୍ତି ପ୍ରୀତିରଞ୍ଜନ ଓରଫ ଡ୍ୟାନି । ଲୋକଙ୍କ ପ୍ରତି ଦାୟିତ୍ବବୋଧତା ଓ ଜନତାଙ୍କ ଭଲପାଇବା ତାଙ୍କୁ ରାଜନୈତିକ ସଫଳତାର ଶୀର୍ଷରେ ଠିଆ କରିଥିଲା । ପ୍ରୀତିରଞ୍ଜନ ବିକାଶମୁଖୀ ଭାବ ଓ ଲୋକଙ୍କର ତାଙ୍କ ଭଳପାଭବା ଦ୍ବାରା ପ୍ରଭାବିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୧୪ ମସିହାର କଥା । ପ୍ରୀତିରଞ୍ଜନଙ୍କ ପିତା ପ୍ରଫୁଲ୍ଲ ଘଡ଼ାଇ ବିଜେଡିରୁ ଦୂରଇ ଯାଇଥିଲେ । ତଥାପି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାଯକ ଘଡ଼ାଇ ପରିବାର ଉପରୁ ଆସ୍ଥା ହରାଇନଥିଲେ । ସୁକିନ୍ଦାବାସୀଙ୍କ ଇଚ୍ଛା ପ୍ରୀତିରରଞ୍ଜନ ପ୍ରତିବଦ୍ଧତାକୁ ଭରସା କରି କୋରେଇ ବଦଳରେ ସୁକିନ୍ଦାରୁ ପ୍ରୀତିରଞ୍ଜନକୁ ଟିକେଟ ଦେଇଥିଲା ବିଜୁ ଜନତା ଦଳ । କାରଣ ଥିଲା ସୁକିନ୍ଦା ରାଜନୀତିରେ ପ୍ରୀତିରଞ୍ଜନଙ୍କ ଅସମ୍ଭବ ଲୋକପ୍ରିୟତା । ଖାଲି ବାପା ପ୍ରଫୁଲ ଘଡ଼ାଇବା ଉତ୍ତରାଧିକାରୀ ଭାବେ ନୁହଁ, ବରଂ ନିଜର ସାଙ୍ଗଠନିକ ଦକ୍ଷତା, ଲୋକପ୍ରିୟତା ଓ ସଚ୍ଚୋଟତା ବଳରେ ସେ ହୋଇଛନ୍ତି ବଳିୟାନ । ଫଳରେ 2014ରେ ସେ ବିପୁଳ ଭୋଟ ବ୍ୟବଧାନରେ ବିଜୀ ହେବାସହ 2019 ମସିହାରେ ବି ସୁକିନ୍ଦାବାସୀଙ୍କ ଭରସା ଜିତି ଲଗାତାର ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରତୀରଞ୍ଜନଙ୍କ ରାଜନୈତିକ ଦକ୍ଷତାରେ ବେଶ୍ ପ୍ରଭାବିତ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏଣୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ 2022 ମସିହାରେ ପ୍ରୀତିରଞ୍ଜନଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ ।
ଗ୍ରାମ୍ୟ ଉନ୍ନୟନ ସହ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନକୌଶଳ ବିଭାଗ ପାଇଛନ୍ତି ଡ୍ୟାନି ।
ପ୍ରୀତିରଞ୍ଜନଙ୍କ ନେତୃତ୍ବରେ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ଓଡିଶା । ଓଡ଼ିଆ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଆରମ୍ଭ କରିଛନ୍ତି। ଏହି ପରିକଳ୍ପନାର ଏକ ସଫଳ ରୂପାୟନ ହେଉଛି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର। ରାଜ୍ୟ ସରକାରଙ୍କ ଏହି ମହତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି ବିଶ୍ବସ୍ତରୀୟ ଏହି ଅନୁଷ୍ଠାନ। ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ସ୍ବପ୍ନ ଦେଖିବାର ଶକ୍ତି ଦେବା ସହ ସେମାନଙ୍କ ସ୍ବପ୍ନରେ ଡେଣା ଲଗାଇଛି ବିଶ୍ବ ଦକ୍ଷତାବିକାଶ କେନ୍ଦ୍ର। ଏଠାରେ ତାଲିମ ନେଇ ଛାତ୍ରଛାତ୍ରୀ କେବଳ ନିଜ ସ୍ବପ୍ନ ପୂରଣ କରିଛନ୍ତି ତାହା ନୁହେଁ, ସେମାନଙ୍କ ପରିବାରର ଆର୍ଥିକ କଷଣକୁ ଦୂର କରିପାରିଛନ୍ତି। ସେହିପରି ଗ୍ରାମ୍ୟ ବିକାଶ କ୍ଷେତ୍ରରେ ଆମ ଓଡ଼ିଶା ନବୀନ ଓଡ଼ିଶା ବରଦାନ ଭଳି ଉଭା ହୋଇଛି । ଏସବୁର ସଫଳ କାର୍ଯ୍ୟକାରିତା କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ପ୍ରୀତିରଞ୍ଜନ । ନିନ୍ଦା, ଅପନିନ୍ଦାର କଳଙ୍କ ମୁଣ୍ଡାଇଥିବା ନଗଡ଼ାର ବିକାଶର କରି ପ୍ରୀତିରଞ୍ଜନ ଦେଖାଇଦେଇଛନ୍ତି ନବୀନ ସରକାରର ବିକାଶ ଅସମ୍ଭବ ନୁହେଁ ।
ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ବେଶ ଚର୍ଚ୍ଚିତ ପ୍ରୀତିରଞ୍ଜନ । ୨୦୨୦ ମସିହାରେ ସେ ଲୋକପ୍ରିୟ ଅଭିନେତ୍ରୀ ଝିଲିକଙ୍କୁ ବିବାହ କରିଥିଲେ ।ସବୁଠୁ ରୋଚକ କଥା ହେଲା ପରବର୍ତ୍ତୀ ସମୟରେ ତାଙ୍କର ଜମଜ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି । ବାପା ହେବାର କେଇ ଦିନ ଭିତରେ ସେ ପାଇଥିଲେ ମନ୍ତ୍ରୀ ପଦ । ଏଣୁ ଡ୍ୟାନିଙ୍କ ଦୁଇ ଝିଅ ତାଙ୍କ ପାଇଁ ବେଶ ଲକି ବୋଲି ବି ଚର୍ଚ୍ଚା ହୁଏ । ଆଗକୁ 2024 ନିର୍ବାଚନ ଆସୁଥିବାବେଳେ ଏଥର ବି ବିଜୟ ଲାଭ କରି ଲୋକଙ୍କ ଭଲପାଇବା ସେ ଅତୁଟ ରଖିବେ ବୋଲି ଆଶା ପ୍ରକାଶ କରୁଛନ୍ତି ।






