Lifestyle

View All

Top Stories

View All

Inside Story

View All

Featured Reports

View All

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ଅକଭାନ୍

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ଅକଭାନ୍ । ଆଜି ସନ୍ଧ୍ୟାରେ ଅବପାତ, ରାତି ସୁଦ୍ଧା ଲଘୁଚାପରେ…

ବାତ୍ୟା ‘ଅକ୍‌ଭାନ୍’ ସମୟରେ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଆମ ବସ୍ ସେବା ସୁନିଶ୍ଚିତ କରୁଛି କ୍ରୁଟ୍

ଭୁବନେଶ୍ୱର, ୨୦/୧୧: ଜନସାଧାରଣଙ୍କୁ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇଦେବା ସହ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବାତ୍ୟା ‘ଅକ୍‌ଭାନ୍’ର…

ସୁନା ଦର କମିଲା ୪ହଜାର, ଆଉ ଡେରି କାହିଁକି

ସୁନା ମୂଲ୍ୟ ୪,୭୦୦ ଟଙ୍କାରୁ ଅଧିକ ହ୍ରାସ ପାଇଥିବା ବେଳେ ରୁପା ମୂଲ୍ୟ ୮,୦୦୦ ଟଙ୍କାରୁ ଅଧିକ କମିଯାଇଛି। ସୁନା…

ଆଖି ବୁଜିଲେ ମା, କାନ୍ଦୁଛନ୍ତି ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଦୁଃଖଦ ଖବର । ୯୧ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଯୋଗୀ ଆଦିତ୍ୟନାଥଙ୍କ…

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଶିଶୁ ଦିବସ-୨୦୨୬ ପାଳିତ

 ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶିଶୁ ଦିବସ-୨୦୨୬ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଜ୍ଞାନ କିଟ୍ ନିର୍ମାଣ କର୍ମଶାଳା, ବିଜ୍ଞାନ ଗ୍ୟାଲେରୀଗୁଡ଼ିକର ମାର୍ଗଦର୍ଶିତ ପରିଦର୍ଶନ, ପୁରସ୍କାର ବିତରଣ ସମାରୋହ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମହାକାଶ ପର୍ଯ୍ୟବେକ୍ଷଣ ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍.ଏମ୍. ରାଉତ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବା ସହ ନିକଟରେ ଆୟୋଜିତ ସତର୍କତା ସଚେତନତା ସପ୍ତାହ–୨୦୨୬ ଏବଂ ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ–୨୦୨୬ ଅବସରରେ କେନ୍ଦ୍ର ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ। ନିଜ ଅଭିଭାଷଣରେ ସେ ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା ଓ ଅନୁସନ୍ଧିତ୍ସୁ ମନୋଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଶୁମାନଙ୍କୁ ଜିଜ୍ଞାସୁ ମନୋଭାବ ରଖିବା ସହ ବିଜ୍ଞାନକୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ପ୍ରତ୍ୟକ୍ଷ ଅନୁଭୂତି ଓ ପରୀକ୍ଷଣ ମାଧ୍ୟମରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସେ ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନ ପ୍ରତି ଆଗ୍ରହ ବିକଶିତ କରିବାରେ ବିଜ୍ଞାନ କେନ୍ଦ୍ରର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା, ନୂତନ ଜ୍ଞାନ ଆହରଣ ସହିତ ହାତକଳା ଓ ପ୍ରୟୋଗ ମାଧ୍ୟମରେ ଶିଖିବାର ସୁଯୋଗ ପ୍ରଦାନ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପାରାଦୀପ ବନ୍ଦର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିପିଏ ଅଧ୍ୟକ୍ଷ

ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ…

ବନ୍ଦ ହେଲା କେଦାରନାଥ ଧାମର କବାଟ

 ଶୀତଋତୁର ଆଗମନ ସହିତ ବନ୍ଦ ହୋଇଛି ପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମର କବାଟ  ବୁଧବାର ସକାଳ ୮ଟା ୩୦ ମିନିଟ୍‌ରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି । ଏହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥ ଧାମରେ ଏକତ୍ରିତ ହୋଇଥିଲେ । ମନ୍ଦିରର କବାଟ ବନ୍ଦ ହେବା ପରେ ବାବା କେଦାରଙ୍କ ଚଳନ୍ତି ପ୍ରତିମା ତଥା ଉତ୍ସବ ଡୋଲି ଶୀତକାଳୀନ ପୂଜାସ୍ଥଳ ଉଖୀମଠର ଓମକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ମନ୍ଦିରର କବାଟ ବନ୍ଦ କରିବା ପୂର୍ବରୁ ଭୋର ସମୟରୁ ବିଭିନ୍ନ ଧାର୍ମିକ ବିଧିବିଧାନ ଆରମ୍ଭ ହୋଇଥିଲା  କେଦାରନାଥ ଧାମର ମୁଖ୍ୟ ପୂଜାରୀ ଗଙ୍ଗାଧର ଲିଙ୍ଗ ମହାରାଜଙ୍କ ସୂଚନା ଅନୁଯାୟୀ, ସକାଳେ ଭଗବାନ ଶିବଙ୍କର ମହାଅଭିଷେକ କରାଯିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ କରାଯାଇଥିଲା ।  ଏହାପରେ ନିର୍ଦ୍ଧାରିତ ସମୟ ସକାଳ ୮ଟା ୩୦ ମିନିଟ୍‌ରେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଥିଲା ଆଗାମୀ ଛଅ ମାସ ଧରି କେଦାରନାଥ ଧାମରେ ନିୟମିତ ପୂଜାର୍ଚ୍ଚନା ବନ୍ଦ ରହିବ ଏହି ସମୟରେ ଭକ୍ତମାନେ ଉତ୍ତରାଖଣ୍ଡର ଉଖୀମଠସ୍ଥିତ ଓମକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ।

Apply Now


This will close in 0 seconds

error: Content is protected !!