Lifestyle

View All

Top Stories

View All

Inside Story

View All

Featured Reports

View All

ରାଜ୍ୟରେ ସବ୍-ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ଡେ ଅଭିଯାନ ଆରମ୍ଭ

ଓଡ଼ିଶାର ୧୭ଟି ଜିଲ୍ଲାରେ ସବ୍-ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ଡେ (SNID) ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟ ସଙ୍ଘନ ପୋଲିଓ ପ୍ରତିଷେଧକ ଟିକାକରଣ ଅଭିଯାନ…

କବିତା ସଂକଳନ ‘ଆସେସ ଟୁ ଆଛେମ’ ଲୋକାର୍ପିତ

କବି ସ୍ଵୟଂପ୍ରଭା ରଥଙ୍କ ରଚିତ ଇଂରାଜୀ କବିତା ସଂକଳନ 'ଆସେସ ଟୁ ଆଛେମ' । ଗତକାଲି ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର…

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ଅକଭାନ୍

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ଅକଭାନ୍ । ଆଜି ସନ୍ଧ୍ୟାରେ ଅବପାତ, ରାତି ସୁଦ୍ଧା ଲଘୁଚାପରେ…

ବାତ୍ୟା ‘ଅକ୍‌ଭାନ୍’ ସମୟରେ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଆମ ବସ୍ ସେବା ସୁନିଶ୍ଚିତ କରୁଛି କ୍ରୁଟ୍

ଭୁବନେଶ୍ୱର, ୨୦/୧୧: ଜନସାଧାରଣଙ୍କୁ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇଦେବା ସହ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବାତ୍ୟା ‘ଅକ୍‌ଭାନ୍’ର…

Latest Updates

View All

Fact Check

ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ

ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁରଜିଲ୍ଲା ନାଉଗାଁ ତହସିଲରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ…

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଙ୍କ ଏକ ଏକକ, ପକ୍ଷରୁ ଜାତୀୟ ମହାକାଶ ଦିବସ ଉତ୍ସାହ ଓ ଆଗ୍ରହର ସହ ପାଳିତ ହୋଇଯାଇଛି ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମଡେଲ୍ ରକେଟ୍ରି କର୍ମଶାଳା ଏବଂ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନ ଆୟୋଜିତ ହୋଇଥିଲା ମଡେଲ୍ ରକେଟ୍ରି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ ରକେଟ୍ ପ୍ରଯୁକ୍ତି, ମହାକାଶ ବିଜ୍ଞାନ ଓ ବୈଜ୍ଞାନିକ ପରୀକ୍ଷଣ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ହାସଲ କରିଥିଲେ। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ମଡେଲ୍ ରକେଟ୍ରି କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ସେ ଏକ ବିଷୟଭିତ୍ତିକ ପ୍ରସ୍ତୁତି ମାଧ୍ୟମରେ ରକେଟ୍ରି, ମହାକାଶ ବିଜ୍ଞାନ ଓ ଏହାର ବ୍ୟବହାରିକ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେଏହି ଅବସରରେ ରକେଟ୍ ବିଜ୍ଞାନ ଓ ରକେଟ୍ ପ୍ରଯୁକ୍ତି ସମ୍ପର୍କିତ ଏକ ଆନ୍ତଃକ୍ରିୟାତ୍ମକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଥିଲା। ଏହାପରେ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ଧାରଣା ଓ ମହାକାଶ ସମ୍ପର୍କିତ ବିଷୟକୁ ଆକର୍ଷଣୀୟ ଦୃଶ୍ୟମାଧ୍ୟମ ଜରିଆରେ ଅନୁଭବ କରିଥିଲେ। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଏଡୁକେସନ୍ ଆସିଷ୍ଟାଣ୍ଟ ଶଙ୍କର ଗୁରୁଙ୍ଗ କାର୍ଯ୍ୟକ୍ରମର ସମନ୍ୱୟ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସହ ଜାତୀୟ ମହାକାଶ ଦିବସ ପାଳନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Apply Now


This will close in 0 seconds

error: Content is protected !!